STORYMIRROR

Ajay kumar Behera

Tragedy Action

3  

Ajay kumar Behera

Tragedy Action

ଲଢ଼ିବ ଯାଇ ସୀମାରେ

ଲଢ଼ିବ ଯାଇ ସୀମାରେ

1 min
257


ମାଆ ମୋର ଆଜି

ବାହୁନି ବାହୁନି କାନ୍ଦେ

ବାପା ମୋର ଆଜି

ବନ୍ଧା ଅବାଟର ଫାନ୍ଦେ।୧।


    ସମୟ ସହ ଜୁଝି

    ଆଖି ମୋର ଯାଏ ଦୂର

    ଭୁଲି ସବୁ ସମ୍ପର୍କ

    ପ୍ରିୟ ପରିଜନ ମୋର।୨


ମନେ ପଡ଼େ ଆଜି

କଣ୍ଟକାକୀର୍ଣ୍ଣ ପଥରେ

ସାଙ୍ଗ ସାଥି ମେଳ

ଅଭୁଲା କଥା ଯେତେରେ।୩।


    ଭାଇ ଆଜି କାନ୍ଦେ

    ଭାଇର ମୁହଁକୁ ଚାହିଁ

    ଗେଲ୍ହା ଥିଲି ଭାରି

    ଭାଇକୁ ପାଇବି କାହିଁ।୪।


ଭଉଣୀର ଲୁହ

ଅସରା ମେଘର ସୁଅ

ସାନ ଭାଇ ତାର

କିପରି ରହିବ କୁହ।୫।


   ନେଇଛି ସେ ପଣ

   ଲଢ଼ିବ ଯାଇ ସୀମାରେ

   ଥର ହର ହେବ

   ଶତ୍ରୁକୂଳ ତା ଗୁଳିରେ।୬।


ଭାରତ ମାଆର

ସେବା କରିବା ପାଇଁ କି

ସବୁ ଭୁଲିବ ସେ

ନିଜ ଜୀବନ ଦେଇ କି।୭।


   ଖରା କି ବରଷା

   ଖାତିର କରିବ ନାହିଁ

   ଭାରତ ମାଆର

   ସମ୍ମାନ ରଖିବା ପାଇଁ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy