STORYMIRROR

Ajay kumar Behera

Romance Tragedy

4  

Ajay kumar Behera

Romance Tragedy

ଜଳାନା ମୋତେ ତୁ ଆଉ

ଜଳାନା ମୋତେ ତୁ ଆଉ

1 min
484


କଥାଦେଇ ଥିଲୁ    ସାଥିରେ ଚାଲିବୁ

     ହେଉ ପଥ ଯେତେ ଦୂର

କେଉଁ ଭୁଲ ପାଇଁ   ଭୁଳିଗଲୁ ମୋତେ

     କରି ଦେଲୁ ସାତ ପର।୧।


ଅସହାୟ ଭାବି     ପ୍ରେମକୁ ମୋହର

      ପାଦରେ ଆଡେଇ ଦେଲୁ

ବୁଝିବା ଆଗରୁ      ଭାବନା ମୋହର

      ମୋତେ ତୁ କନ୍ଦେଇ ଦେଲୁ।୨।


ସ୍ୱାର୍ଥପର ତୁହି       ତୁ କାହୁଁ ବୁଝିବୁ

      ପ୍ରକୃତ ପ୍ରେମର ମୂଲ

ଦେଇ ନ ପାରିଲେ     ସାତ ରଜା ଧନ

      ଦେବି ମୁଁ ପ୍ରେମର ମୂଲ।୩।


ମାଗିବୁ ଯଦି ତୁ       ତୋଳି ଆଣି ଦେବି

       ସାତ ତାଳ ଜଳୁ ପଦ୍ମ

କହିବୁ ଯଦି ତୁ        ମୁହଁ ଖୋଲି ଥରେ

       ସାତବାର ନେବି ଜନ୍ମ।୪।


ହୃଦୟ ମନ୍ଦିରେ       ସଜେଇ ତୋତେ ମୁଁ

       ରଖି ଥିଲି ରାଣୀ କରି

ଅମୃତ ପ୍ରେମକୁ        ବିଷ ଭାବି ତୁହି

       ଚାଲିଗଲୁ ଦୂର କରି।୫।


ଧନ୍ୟ ତୁ ନାୟିକା       ମୋ ମନ ପ୍ରେମିକା

        ଜଳାନା ମୋତେ ତୁ ଆଉ

ଧିକ୍କ ମୋ ଜୀବନ      ଦେଖି ତୋ ସପନ

        ଜୀବନେ କି ଲାଭ ଆଉ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance