ଢିଲା କଟକଣା
ଢିଲା କଟକଣା


କରୋନାର କଟକଣା ଢିଲା ଯେବେ ହେଲା ,
ଫୁଲାଫାଙ୍କିଆ ଲୋକଙ୍କର ସାହାସ ବଢିଲା,
ବନ୍ଧୁମିଳନ ଭୋଜି ସମାଗମ ଯେବେ ସରିଲା,
ସହରର ଗଳି ଗଳିରେ ମାହାମାରୀ ଡେଇଁଲା |୧|
ଯେମିତି ଯେମିତି ବାହନ ଚଳାଚଳର ନିଷେଧାଦେଶ ହଟିଲା,
ସମସ୍ତ ଲୋକଙ୍କର ଗମନାଗମନ ପୁନଃ ଆରମ୍ଭ ହୋଇଗଲା,
ଜାଗା ଜାଗାରେ ଜନସମାବେଶ ପୁଣି ଥରେ ପ୍ରାରମ୍ଭ ହେଲା,
ଚକ୍ରାନ୍ତ ସଂକ୍ରାମକ ରୋଗରୁ ଆକ୍ରାନ୍ତ ହେବାର ଭୟ ବଢ଼ିଲା |୨|
ସରକାରୀ ପ୍ରଶାସନର ଧୈର୍ଯ୍ୟ ଆସ୍ତେ ଆସ୍ତେ କମି ଗଲା,
ସବୁ ଚିକିତ୍ସାଳୟର କ୍ଳାନ୍ତ ବ୍ୟବସ୍ଥା ଭାଙ୍ଗି ଭାଙ୍ଗିକିରି ଚାଲିଲା,
ଅସତର୍କ ହେବାରୁ ସର୍ବସାଧାରଣଙ୍କର ଦିନଚର୍ଯ୍ୟା ଧ୍ୱସ୍ତ ହେଲା,
ତାହା ସହ ଦେଶର ଆର୍ଥିକ କାରବାର ବ୍ୟବସାୟ ବିଧ୍ୱସ୍ତ ହେଲା |୩|
ବିଦ୍ୟାର୍ଥୀଙ୍କର ଶିକ୍ଷାର ବିକାଶଶୀଳ ପରିସ୍ଥିତିରେ ଅବରୋଧ ଘଟିଲା,
ପରିଶ୍ରାନ୍ତ ବୈଦ୍ୟ ସ୍ୱାସ୍ଥ୍ୟ ସେବକ ସେବିକାଙ୍କର କାମ ବଢି ବଢି ଗଲା,
ଲୋକଙ୍କର ପରସ୍ପର ପ୍ରତି ବିଶ୍ୱାସ ଦିନକୁଦିନ ନଷ୍ଟ ହୋଇ ହୋଇ ଗଲା,
ଗୁରୁତର ଭାବେ ଭୁଲ ଯୋଗୁଁ ସର୍ବଜନୀନଙ୍କର ଆରୋଗ୍ୟ କ୍ଷୟ ମିଳିଲା।୪।