ଉଠ ଉଠ ବାବୁ
ଉଠ ଉଠ ବାବୁ
ଲଉଠ ଉଠ ବାବୁ ନିଦ୍ରା ତେଜି ଉଠ ଦେଖ ସୂରୁଜ ଉଦୟ ଅତି ଶରାଧା ରେ ଡାକୁଛନ୍ତି ପ୍ରଭୁ କରନା କାହାକୁ ଭୟ। ତପନ କିରଣ ମୃଦୁ ପ୍ରଭଞ୍ଜନ ବିକଶିତ ପୁଷ୍ପ ମାଳ ତାଙ୍କରି କରୁଣା ବିଚ୍ଛୁରିତ ହୁଏ ପୁଣ୍ୟ ମୟ ପ୍ରାତଃ କାଳ। କର୍ଣ୍ଣ ଡେରି ଶୁଣ ପ୍ରଭୁଙ୍କ ଆହ୍ବାନ ଛାଡ଼ି ସଂସାର କଷଣ କେତେ ଦିନ ଆଉ ବଞ୍ଚିବୁ ଏଠାରେ ବୁଝୁ ଥାରେ ବାଇମନ। ଧନ ମାନ ଯଶ କ୍ଷଣ ସ୍ଥାୟୀ ଭବେ ସ୍ଥାୟୀ ତ ନୁହେଁ ଜୀବନ ସବୁ କୁ ପାଶୋରି ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀ ପଦେ ନିଅ ଶରଣ। ପ୍ରତ୍ୟୁଷ କାଳର ସେହି ଦିବ୍ୟ ଶବ୍ଦ ଶୁଣିଲେ ପାଇବୁ ମୁକ୍ତି ଇହ ପରକାଳ ସୁଗମ ହୋଇବ ଲଭିବୁ ପରମ ଶାନ୍ତି।
