STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଉଠ ଉଠ ବାବୁ

ଉଠ ଉଠ ବାବୁ

1 min
11

ଲଉଠ ଉଠ ବାବୁ ନିଦ୍ରା ତେଜି ଉଠ ଦେଖ ସୂରୁଜ ଉଦୟ ଅତି ଶରାଧା ରେ ଡାକୁଛନ୍ତି ପ୍ରଭୁ କରନା କାହାକୁ ଭୟ। ତପନ କିରଣ ମୃଦୁ ପ୍ରଭଞ୍ଜନ ବିକଶିତ ପୁଷ୍ପ ମାଳ ତାଙ୍କରି କରୁଣା ବିଚ୍ଛୁରିତ ହୁଏ ପୁଣ୍ୟ ମୟ ପ୍ରାତଃ କାଳ। କର୍ଣ୍ଣ ଡେରି ଶୁଣ ପ୍ରଭୁଙ୍କ ଆହ୍ବାନ ଛାଡ଼ି ସଂସାର କଷଣ କେତେ ଦିନ ଆଉ ବଞ୍ଚିବୁ ଏଠାରେ ବୁଝୁ ଥାରେ ବାଇମନ। ଧନ ମାନ ଯଶ କ୍ଷଣ ସ୍ଥାୟୀ ଭବେ ସ୍ଥାୟୀ ତ ନୁହେଁ ଜୀବନ ସବୁ କୁ ପାଶୋରି ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀ ପଦେ ନିଅ ଶରଣ। ପ୍ରତ୍ୟୁଷ କାଳର ସେହି ଦିବ୍ୟ ଶବ୍ଦ ଶୁଣିଲେ ପାଇବୁ ମୁକ୍ତି ଇହ ପରକାଳ ସୁଗମ ହୋଇବ ଲଭିବୁ ପରମ ଶାନ୍ତି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action