ପ୍ରତି ମୁହୂର୍ତ୍ତରେ
ପ୍ରତି ମୁହୂର୍ତ୍ତରେ
ମୁହୂର୍ତ୍ତରେ ସରାଇ ଆୟୁଷ ଜୀବନ ହୁଅଇ କାଳ ପାଶେ ବଶ। ଧନ ମାନ ଯଶ ହୋଇଯାଏ ଶେଷ ରୂପ ଲାବଣ୍ୟ ତ ନଥାଏ ବିଶେଷ। ଶମଶାନ ଡାକେ କୋଳ ତାର ଶୂନ୍ୟ ଆୟୁଷ ସରିଲେ ଦେବ ନିଶ୍ଚେ ସ୍ଥାନ। ବଞ୍ଚି ଥିବା ବେଳେ ଯେଉଁ ଦର୍ପ ଥିଲା ଅଚାନକ ତାହା ଉଭେଇ ଯେ ଗଲା। ମଣିଷ ଠୁ ବଡ ସମୟ ଆହ୍ବାନ ଶୁଣିବାକୁ ହେବ କରିବା ସମ୍ମାନ। ଆମ ପ୍ରଭୁ ପରା କାଳିଆ ଠାକୁର ଭାଇଚାରା ବୁଣି ତୋଳନ୍ତି ହିଁ ସ୍ଵର। ଯେଉଁ କର୍ମେ ଯିଏ ରହିଛି ଯେଉଁଠି ତା ପାଇଁ କର୍ତ୍ତବ୍ୟ ଧରମ ସେଇଠି। ସକାଳ ସଂଜରେ ଚିନ୍ତିଲେ ତାହାଙ୍କୁ ପଥ ଶୁଦ୍ଧ ହେବ ଆଗକୁ ଆଗକୁ। ଚାଲିବାକୁ ହେବ ମରଣ ପର୍ଯ୍ୟନ୍ତ ନୀରବ ନିଶବ୍ଧେ ଶୋକ କରି ଅନ୍ତ।
