ମୋ ଆଖିର ଲୁହ
ମୋ ଆଖିର ଲୁହ
ମୋ ଆଖିର ଲୁହ ଝରି ଝରି ଯାଏ ଅଟକେ ତୋ ବଡ ଦାଣ୍ଡେ ମୋ ଛାତିର କୋହ ସରି ସରି ଆସେ ଶରଧା ବାଲିର ମୁଣ୍ଡେ। ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ ଲାଗଇ ତ ମୋତେ ପତିତପାବନ ବାନା ସମୀରଣ ବିପରୀତ ଦିଗେ ଉଡ଼ୁଥାଏ ଦେଖ ସଖି ବାରେ ଅନା। ସାରା ଭାରତକୁ ବୁଲି ଆସିଲିଣି ବଡ ଦିଅଁ ନାମ ଭାରି ବାଇଶି ପାହାଚ ଆନନ୍ଦ ବଜାର ମୁକତି ମଣ୍ଡପ ପରି। ନ ପାରିଲି ଦେଖି କେଉଁଠି କେମିତି ଶରଣ ନେଉଛି ପଦେ ତୁହି ଜଗନ୍ନାଥ ହେ ପୁରୁଷୋତ୍ତମ ନ ପକାଅ ପରମାଦେ। ହୃଦୟ କନ୍ଦରୁ ଗୁଞ୍ଜରିତ ହୁଏ ମହାବାହୁ ତୁମ ନାମ ଜୀବ ଯିବା ବେଳେ କୋଳେଇ ନେବ ହେ ରହିଲା ତୁମକୁ ରାଣ।
