STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ଘୋଷ ଯାତ୍ରା

ଘୋଷ ଯାତ୍ରା

1 min
10

 ଘୋଷ ଯାତ୍ରା ବାର୍ତ୍ତା ସୂଚାଏ ସଭିଙ୍କୁ ନ କରିବା ଅଣାଦାର ନିଜ ଭିଟା ମାଟି ନିଜ ଜନ୍ମ ସ୍ଥଳୀ ଗୁଣ ଗାଇବା ତାହାର। ବିଶ୍ୱର ନିୟନ୍ତା ବରଷକେ ଥରେ ଭ୍ରାତା ଭଗିନୀ ସଙ୍ଗତ ନିଜ ଜନ୍ମ ବେଦୀ ନିଜ ମାତୃ କୋଳ ଗମି ଥାନ୍ତି ହୋଇ ପ୍ରୀତ। ଆଜିର ସମାଜ ଏହି ବାର୍ତ୍ତା ସହ ଯଦି ବଢିବ ଆଗକୁ ନୀତି ମାନଦଣ୍ଡ ସୁଧାର ହୋଇବ ମାନବିକତା ଦିଗକୁ। ଶ୍ରୀ ଜଗନ୍ନାଥ ଙ୍କ ପୋଡ଼ ପିଠା ଖିଆ ଶିଖାଏ ଏଇ କଥାକୁ ପରିବାର କ୍ଷେତ୍ରେ ମଧୁର ସମ୍ପର୍କ ରଖିବା କାଳ କାଳକୁ। ଉପଲବ୍ଧି ତଥା ମାନ ଅଭିମାନ ହୋଇଥାଏ ସମାଧାନ ଲକ୍ଷ୍ମୀ ନାରାୟଣ କଳିରୁ ମିଳଇ ଆତ୍ମା ଆତ୍ମାର ମିଳନ। ପତିତପାବନ ହେ ଚକା ନୟନ ସଦା ରହି ଆମ ପାଖ ଉଚିତ ମାର୍ଗକୁ ପ୍ରଦର୍ଶନ କର ନ ହୋଇ କେବେ ବିମୁଖ। ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action