STORYMIRROR

Bijoy Jena

Action Classics Inspirational

4  

Bijoy Jena

Action Classics Inspirational

ମାନି ନେବି ତାହା

ମାନି ନେବି ତାହା

1 min
2

ବିଧିର ନିର୍ଦ୍ଦେଶ ଦୁଇ ହାତ କାମ ପାଇଁ ଅଳସୁଆ ହୋଇ ଦିନ ବିତାଇଲେ ତହିଁରେ କି ଲାଭ ନାହିଁ। ବେନି ନୟନରେ ଭଲ ମୁଁ ଦେଖିବି କାହା ମନ୍ଦ ନ ପାଞ୍ଚିବି ଶ୍ରବଣ ଯୁଗଳ ଭଲ କଥା ଶୁଣି ବିଭୁ ନାମ ଗାଉଥିବି। ବେନି ପାଦ ମୋର ଆଗକୁ ବଢ଼ିବ ହିତ କାମ୍ୟ ସମାଜର ପର ଦୁଃଖେ ଦୁଃଖୀ ପର ସୁଖେ ସୁଖୀ ଭାବ ରହୁ ବରାବର। ମୁଖ କହୁଥିବ ବିନୟ ବଚନ ତୋଷୁ ଥିବ ସର୍ବ ମନ ବୃଥା ଆସ୍ଫାଳନ ବାହାସ୍ଫୋଟ କଥା ବୃଥା ମାନ ଅଭିମାନ। ଏତେ ସବୁ ଯିଏ ଦେଇଛନ୍ତି ମୋତେ କେବେ ବି ଭୁଲିବି ନାହିଁ ଧନ୍ୟ ମହାବାହୁ ଶ୍ରୀ ଜଗନ୍ନାଥଙ୍କ ଚରଣେ ଯାଏ ମୁଁ ନଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action