STORYMIRROR

Akshayakumar Dash

Tragedy Action

3  

Akshayakumar Dash

Tragedy Action

ସିଗାରେଟ

ସିଗାରେଟ

1 min
11.5K

ଅଯାଚିତ ଭାବରେ ପସିଆସିଲା

ବାୟୁରେ ଜମେଇଲା ଖେଳ

ବିଚରା ଟୁବାରକଲୋସିସ ରୋଗରେ

ଦିଲୀ ଲଡୁ ପସ୍ତେଇ ବାକୁ ପଡିଲା

ଗୋରା ମାନେ ଛାଡ଼ିଦେଇ ଭୁତାଣୁ

ଗଲେଣି ଦରିଆପ।ରି ହୋଇ ନିଜ ଘରକୁ

ହେଲେ ବସା ବାନ୍ଧିଛି ବାବୁ ଘର ଠାଣି

ଆମ ଲୋକେ ପାଗଳ କଂ ଗୋଲାମୀରେ

ସର୍ବସାଧାରଣ ଜାଗାରେ

ନିଭୃତ କକ୍ଷରେ, ପୁଣି ସୌଜନ୍ୟ ପନ୍ତି ରେ

ଜହର ଚଢା ହାୱ।ରେ 

 ଶିଶୁ ,ମହିଳା କି ବୟସ୍କ ନାଗରିକ କଂ ପ୍ରାଣରେ

ଖୁସିର ଲହରୀ ରେ ମତ ଯିଏ

କାହୁଁ ବୁଝିବ ସ୍ୱାସ୍ଥ୍ୟ ର ମହତ୍ତ୍ୱ।

ଲୁଚି ଛପି ଲୁଟି ନେଉଥିବା ଜୀବନ

ଛାତି ଉପରେ ଜମିଥିବା ଖଙ୍କାର

କଳିଯାରୁ ରକ୍ତ ଖାଉଥିବା ଛାରପୋକ

ମତିଷ୍କର ମଜାରେ ପ୍ରାଣ ସୋସୁଥିବା ଜୋକ

ସମ୍ପୂର୍ଣ ଦେହକୁ ଗ୍ରାସିଥିବା ସୈତାନ

ସେ କେବଳ ଗୋଟିଏ ବହୁରୂପୀ

ଦୁରେଇ ରହିବା ନା ମିତ୍ରତା ଯୋଡିବା

ବିଚାର ବେଦ ପୁରାଣ ବା ଭାଗବତ ରେ ନାହିଁ

ସାତ ତାଳ ପଙ୍କ ସୁନା ଫରୁଆର

ଅସୁରୁଣୀ ମରିବାର କେଶ

ଆକାଶ ଆଉ ମାଟି ମାକୁ ନିନ୍ଦି

ନିଜେ ବିଜୟ ହଁ, କହିପାର

ସହିବନି କାୟ ବା ଛାୟା

କର୍କଟ ଗୋଡ଼ାଇ ଗୋଡ଼ାଇ ମାଡିବସିବ

ଯେମିତି ପୋଲିସ ଚୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Tragedy