କହିବି କଥାଟେ
କହିବି କଥାଟେ
ପ୍ରଗତିର ପଥେ ଆମ ଦୁନିଆ
ତଥାପି ମଣିଷ ହୁଏ ଛାନିଆ l
ବାରତା ବାହାକ ଚିଠିଟି ଥିଲା
ଭାବନା କୁ ଲେଖି ସେ ଦେଉ ଥିଲା ll
ବୁଦ୍ଧି କୁ ପ୍ରଖର କଲା ମଣିଷ
ନ ରହିଲା ଆଉ ତା ଅବଶୋଷ l
ଫୋନ୍ ଟିଏ ପୁଣି କଲା ବାହାର
କାନରେ କଥାକୁ ଶୁଣିଲା ତାର ll
ଏଥିରେ ଆଶା ତା ବାକି ରହିଲା
ଦେଖି କରି କଥା ହେବ ଭାବିଲା l
ଆଶା ବି ତାହାର ସଫଳ ହେଲା
ସ୍ମାର୍ଟ୍ ଫୋନ୍ ତାର କାମ କରିଲା ll
କହୁଛି କଥାଟି ଶୁଣ ସଭିଏଁ
ଆଜି ଏ ସମୟ କିପରି ହାଏ l
ଫୋନ୍ ଯଦି ଆମ ପାଖେ ନ ଥାନ୍ତା
ପରିଚୟ ଆମ ଛପି ରୁହନ୍ତା ll
ଗୃହ ବନ୍ଦୀ ଆଜି ହେଲେ ସଭିଏଁ
ବନ୍ଧୁ ପରିଚୟ ନ ଦିଏ କିଏ l
ମାଆ ଛାତି ତାର କରେ ପଥର
ପିଲା ଅଛି ଯାଇ ସେ ବିଦେଶର ll
ଘରକୁ ଆସିବା ପାଇଁକି ମନା
ମାଆ ମନ କିଏ ବୁଝେ କୁହନା l
ବହୁ ଦୂରେ ଯାଇ ରହିଲେ ସବୁ
ସମୟ ସଭିଙ୍କୁ କରିଛି କାବୁ ll
ଆଖି ଥରେ ଯଦି ଦେଖେ ପିଲାକୁ
ବୁଝାଇ ଦିଏ ତା' ନିଜ ମନକୁ l
ଧନ୍ୟବାଦ ଦିଏ ଏହି ଯୁଗକୁ
ପ୍ରଗତି ବଳରେ ପାଏ ସବୁକୁ ll
ହଉ ଅବା ନିଜ ହଉ କେ' ପର
ସଭିଏଁ ହୁଅନ୍ତି ଆଜି ନିଜର l
କେତେ ମିଛ ସତ ହୁଏ ବାହାନା
କଥା ହେବାକୁ ସମୟ ହୁଏନା ll
ମିଛରେ ବାହାନା କରି ସଭିଏଁ
କର୍ତ୍ତବ୍ୟର କଥା ମନେ ପକାଏ l
ସବୁ କଥା ଆଜି ହୁଏ ସମ୍ଭବ
ଅତିଥି ଆଜି ଯେ ଫୋନ୍ କୁ ଭାବ ll
ଯେ' ଯାହା ଘରକୁ ଯିବାକୁ ମନା
ଫୋନ୍ ଥିଲେ ନାହିଁ କିଛି ବାହାନା l
ସମ୍ପର୍କ ଖବର ସବୁ ସମ୍ଭବ
ମନୋରଞ୍ଜନ ବି ଏ ଦେଉ ଥିବ ll
ଦୁଃଖର ସାଥୀ ଏ ସୁଖର ସାଥୀ
ଆଜିର ସମୟେ ଇଏ ସାରଥୀ l
ମାୟା ଜାଲ ସତେ ଦିଏ ବିଛେଇ
ସମ୍ପର୍କ ସବୁ କୁ ଦିଏ ଛନ୍ଦେଇ ll
ସଭିଙ୍କୁ ଏକତ୍ର ଏ କରିପାରେ
ପରୋକ୍ଷରେ ଦୁଃଖ ହରଣ କରେ l
ସୁଖର ବାରତା ଦିଏ ବତାଇ
ଦୂରକୁ ନିକଟ କରି ଦିଅଇ ll
ଯାହା ପାଇଁ ଆଜି ଏହା ସମ୍ଭବ
ମଣିଷ ବୁଦ୍ଧିକୁ ଟିକିଏ ଭାବ l
ତେଣୁ ଶ୍ରେଷ୍ଠ ବୋଲି ତା ପରି ଚୟ
ଲଢେଇ ତା ସହ କରେ ସମୟ ll
ଯା ପାଇଁ କି ସୃଷ୍ଟି ହୋଇଛି ତାର
ପରୀକ୍ଷା ନିଅନ୍ତି ଆଜି ତାହାର l
ଶରଣ ରକ୍ଷକ ଶରଣେ ଯିବା
ଏହି ବିପତ୍ତିରୁ ରକ୍ଷା ପାଇବା ll