STORYMIRROR

Shashanka sekhar Ray

Action Inspirational

3  

Shashanka sekhar Ray

Action Inspirational

ଚାଲ ଉଡାଇବା ବାନା

ଚାଲ ଉଡାଇବା ବାନା

1 min
11.9K


ଚାଲ ଆମେ ଉଡାଇବା ଲାଲ ପତାକା

ପୃଥିବୀର କୋଣ ଅନୁକୋଣେ

ବିଜୟର ଟୀକା ପିନ୍ଧି

ସୀମା ପରେ ସୀମା ଅତିକ୍ରମ କରି ।


ଭୁମି ଚାଖଣ୍ଡେ ପାଇଁ ସବୁଦିନ ବିବାଦ

ଛୁଞ୍ଚିମୂନେ ଦେବୁନୁ କାହାକୁ କିଛି ଅଂଶ

ବରଂ ମାଡି ଚାଲିବୁ ଷଡଯନ୍ତ୍ର କରି ।


ରାତିଅଧେ ଗୁଳି କମାଣ ଗରଜେ ସୀମାରେ

ରାତି ରାତି ଉଜାଗର ବୀର ସୈନିକ

ଲଢେଇ ଚାଲେ ଧରି ବରଷ ବରଷ

ଏଇଟା ମୋହର ଏଇଟା ତୋର କହି ।


ଆକାଶ ସମୁଦ୍ର ସବୁଆଡେ ବିଭାଜନ

 ଟଣାଯାଇଛି ଲକ୍ଷ୍ମଣ ଗାର 

ଅର୍ଥ ବଳେ ବଳିୟାନ ସାଜି 

ପରମାଣୁର ନାଲି ଆଖି ଦେଖାଇ 

ପାରିବନି କେବେ କାହାକୁ ଜିତି ।


ପୃଥିବୀଟା ନୁହେଁ ତୁମର ଏକାକୀ

ନାଲି ଆଖି ବଦଳେ ଥରେ ଚାହଁ

ଅନ୍ୟକୁ କରୁଣ ଶୀତଳ ନୟନେ

ନାଲି ପତାକା ଛାଡି ଧର ହାତେ

ସବୁଜ ଶାନ୍ତିର ବାନାଟିଏ 

ଅଶାନ୍ତିର ସବୁ କଳା ବାଦଲ 

ଉଭେଇଯିବ ନିମିଷକେ 

ପୃଥିବୀଟା ଲାଗିବ ଯେମିତି

 ତୁମର ଗୋଟେ ପରିବାର ଭଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action