STORYMIRROR

Jesu christ Muduli

Others

3  

Jesu christ Muduli

Others

ମାଗୁଣି ମୋ

ମାଗୁଣି ମୋ

1 min
1.2K

ପାହାନ୍ତିକୁ ମାଗେ ଦେଉ

ଭାବର ଭଜନ

ଗୁଣୁଗୁଣୁ ହେଉ ଥାଉ

ବାକି ସାରାଦିନ...୧

ସକାଳକୁ ମାଗେ ପୁଣି

ଖୁସିର କିରଣ

ଚକମକ ଉଜାଲାରେ

ସରି ଯାଉ ଦିନ....୨

ଆହେ ମଧ୍ୟାହ୍ନ ତୁମେ ଦିଅ

ଅମୃତ ଭୋଜନ

ଭୁରୁଭୁରୁ ବ୍ୟଞ୍ଜନରେ

ଭରିଯାଉ ପ୍ରାଣ...୩

ଯଦି ପାର ଅପରାହ୍ନ

ଦିଅ ପ୍ରିୟ ଜନ

ସୁଲୁସୁଲୁ ବାହା ତାଳେ

ମହୁଥିବି ମନ...୪

ସଂଜକୁ ମାଗିଛି ଦେବ

ପ୍ରଭୁଙ୍କ ଦର୍ଶନ

ଚନ୍ଦନକୁ ଘୁରୁଘୁରୁ

ମନ ହେଉ ଲୀନ...୫

ରାତିକୁ ଗୁହାରି ଦେଉ

ଅଚିନ୍ତା ଶୟନ

ରଂଗରଂଗ ସ୍ୱପ୍ନରେ

ହେଉ ଦିନର ସଂପୂର୍ଣ୍ଣ...୬


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍