Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Action

3.1  

ବି. ନିରୁପମା

Action

ପବିତ୍ର କରିବୁ ଦେହ

ପବିତ୍ର କରିବୁ ଦେହ

1 min
111



ହଇରେ ବାବୁନୁ , ଦେଖିଛୁକି ଏବେ

ଜେଜେ ତୋର ଗଲେ କେଣେ ,

କହିଲେ ପାଖରେ ସତସଙ୍ଗ ଚାଲିଛି

ଶୁଣିବାକୁ ଯିବା ତେଣେ ।


ତାଙ୍କ କଥା ଶୁଣି ମନ କୁଣ୍ଢେ-ମୋଟ

ହୋଇଲିଣି ପରା ସଜ ,

ଠାକୁରଙ୍କ କଥା କାନରେ ବାଜିବ

ଧନ୍ୟ ହେବ ପ୍ରାଣ ଆଜ ।


ଚମ୍ପା ବୋଉ ଆଜି ବୁଲି ଆସିଥିଲା

କହୁଥିଲା କେତେ କଥା ,

ଏଇ ସାଧୁଙ୍କର ପ୍ରବଚନ ଶୁଣି 

ମୁଗ୍ଧ ହେଉଛନ୍ତି ଶ୍ରୋତା ।


ବଡ଼ ଜ୍ଞାନୀ, ମାନୀ ବକ୍ତା ଅଟନ୍ତି ସେ

ସବୁ ଜ୍ଞାନ ତାଙ୍କ ତୁଣ୍ଡେ ,

ଯାହାର ଯା' ଶଙ୍କା ଦୂର କରିଦ୍ୟନ୍ତି

ବିଚଳିତ ନୋହି ଦଣ୍ଡେ ।


ସେଇଥି ପାଇଁକି ମନ ବଳିଛି ମୋ

କହିଥିଲି କେତେ କରି ,

ପ୍ରବଚନ ଆଜି ଶୁଣେଇ ନେବାକୁ

ଜେଜେ ଛନ୍ତି ହଅଁ ଭରି ।


ଯାଆରେ ବାବୁନୁ ଡାକି ଆଣିବୁ ତୁ

ବେଳ ତ ଗଲାଣି ବୁଡ଼ି ,

ପହଞ୍ଚିଲେ ଯାଇ ସେ ଜାଗାରେ ସିନା

ବସିବୁ ଆସନ ମାଡ଼ି ।


ଶୁଣିବୁ ଆନନ୍ଦେ ଠାକୁରଙ୍କ କଥା

ପବିତ୍ର କରିବୁ ଦେହ ,

ତାଙ୍କରି ଭକତି ରସରେ ବୁଡ଼ିକି

ଭୁଲିବୁ ସଂସାର ମୋହ ।



Rate this content
Log in

Similar oriya poem from Action