STORYMIRROR

Basanti Pattnaik

Classics Inspirational

3  

Basanti Pattnaik

Classics Inspirational

ଜୀବନ ସଙ୍ଗୀତ

ଜୀବନ ସଙ୍ଗୀତ

1 min
221

 ଜୀବନ ଟା ଅଟେ ଏକ ଭାଷା ବାଦଲ

    ସେଥିରେ ଯାଏ ମୁଁ ଭାସି

 ହସ ଲୁହ କାନ୍ଦ ଏହାର ତ ଭାଷା

    ଛନ୍ଦି ହୋଇଯାଏ ମୁହିଁ

  ଉଠା ପକା ଏହି କଠିନ ରାସ୍ତା

   ପିଚୁ ପରି ଭାରି ଅଠାଳିଆ

ଥରେ ଲାଖିଗଲେ ପାରେ ନାହିଁ ଉଠି

    ଜୀବନ ହୁଏ ଧୂଆଁଳିଆ

 ଜୀବନ ର ସ୍ବାଦ ଲାଗେ ଫିକାଳିଆ

     ପକେଟ୍ ଟା ଖାଲି ଥିଲେ

 ରଙ୍ଗବେରଙ୍ଗ ଭାରି ମିଠା ଲାଗେ

     ପାଖରେ ପୁଞ୍ଜି ଟା ଥିଲେ

 ଜୀବନ ଟା ଅଟେ ଶୂନ୍ୟ କାଗଜ 

     କଲମ ଅଟେ କର୍ମ

 ଯାହା ତୁ କରିବୁ ସେପରି ଭୋଗିବୁ

    ଜାଣି ଥାଆ ରେ ଜୀବ

 ଜୀବନ ଟା ଅଟେ ବିରାଟ ପେଣ୍ଡାଲ

    କଳାକାର ସବୁ ଆମେ

ଅଭିନୟ ସାରି ଫେରିଯିବା ସବୁ

     ଜାଣିଛ ତ ସବୁ ଆମେ

 କର୍ମ ର ଫଳ ଭୋଗିବାକୁ ହେବ

     ଏହି ତ ବିଧାନ ବିଧି

 ତଥାପି ଲୋଭଟା ଜାବୁଡ଼ି ଧରିଛି

    ହତଭାଗ୍ୟ କେତେ ଆମେ

ଜୀବନ ଟା ଅଟେ ବାଲିଘର ପରି

    ସରସର ହୋଇ ସରୁଛି

 ମିଛ ମାୟା ସବୁରି ଭିତରେ 

    ବୁଢିଆଣୀ ପରି ରହିଛି

ଜୀବନ ର ସତ୍ୟ ସବୁକୁ ଜଣା

    ଅଜଣା ଆମେ ରହୁଛେ

ମାୟା ଜାଲରେ ପଡିଯାଇ ଆମେ

     ଛଟପଟ ତ ହେଉଛେ । 

                     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics