STORYMIRROR

Basanti Pattnaik

Classics

3  

Basanti Pattnaik

Classics

"ଓମ୍ ଶ୍ରୀ ଗଣେଶାୟ ନମ୍ଃ"

"ଓମ୍ ଶ୍ରୀ ଗଣେଶାୟ ନମ୍ଃ"

1 min
256

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ,

ଆବିର୍ଭାବ ହେଲ ଆହେ ସିଦ୍ଧି ବିନାୟକ ହେ।

ମା ଗୌରୀ ହଳଦି ମଳୁରୁ ପ୍ରଭୁ ସୃଷ୍ଟି ହେଲ,

ଆଲୋକର ପ୍ରତୀକ ରୂପେ ଉଦ୍ଦ୍ଭାସିତ ହେଲ।

ମାତାଙ୍କ ତପସ୍ୟାରେ ଦ୍ବାର ପାଳ ହୋଇଥିଲ,

ପିତାଙ୍କ ଆକ୍ରୋଶରେ ମସ୍ତକ ହରାଇଥିଲ।

ମାତା ଦେଖି ଦୁଃଖରେ ତ ରୋଦନ କରିଲେ,

ସ୍ବାମୀଙ୍କୁ ଶୀର ରୋପିତର ଆଦେଶ ଦେଲେ।

ମହାଦେବ ଗଜ ମସ୍ତକ ରୋପିତ କରିଲେ,


ପ୍ରଭୁ ପ୍ରଶିଦ୍ଧ ହୋଇଲ ଗଜାନନ ଋପରେ।

ଅଜ୍ଞାନୀକୁ ଜ୍ଞାନ ଅନ୍ଧାରରେ ଆଲୋକ ଢାଳ,

ତୁମେ ବିଶ୍ଵକର୍ମା ତୁମେ ରଚୟିତା ହେ କରୁଣାକର।

ମୂଷିକ ବାହନ ଶଙ୍ଖ ଚକ୍ର ଗଦା ପଦ୍ମ ଧାରୀ,

ଲଡୁ ମୋଦକ ନଡ଼ିଆ ଭୋଗ ପ୍ରିୟ ତୁମ୍ଭରି।

ଏକ ଦନ୍ତାୟ ଗୌରୀ ନନ୍ଦନ ଆହେ ବିଘ୍ନେଶ୍ୱର,

କୋଟି ପ୍ରବାହ ହେ ଜ୍ୟୋତିର୍ମୟ ଲମ୍ବୋଦର। 

ଜଗତେ ବାଣ୍ଟିଲ ପ୍ରଭୁ ଧର୍ମ ଜ୍ଞାନକୋଷ ସାର,

ତୁମେ ଓମ୍ କାର ରିଦ୍ଧି ସିଦ୍ଧି ବୁଦ୍ଧି ଦେବ ହେ।

ଅଗ୍ରପୂଜ୍ୟ ସିଦ୍ଧି ବିନାୟକ ଓମ୍ ଶ୍ରୀ ଗଣେଶାୟ,

ସର୍ବ ଜୀବନେ ଆଶିଷ ଢାଳ ହେ କରୁଣାମୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics