STORYMIRROR

Sambit Srikumar

Abstract Classics Inspirational

3  

Sambit Srikumar

Abstract Classics Inspirational

କବିତା ଓ ମନୋଗତି

କବିତା ଓ ମନୋଗତି

1 min
165

ଏକାନ୍ତରେ ଯେବେ ମୁଁ ଚେଷ୍ଟା କରେ 

ଲେଖିବାକୁ କିଛି କେବେ ଭାବ 

କେବେ ଶବ୍ଦ ସବୁ ଖେଳନ୍ତି ଲୁଚକାଳି

ନିର୍ଜ୍ଜନତାରେ ଆପଣାକୁ ହୁଏ ମୁଁ ଅଣ୍ଡାଳି। 


ଉଦବେଳିତ ମନରେ ବିକ୍ଷିପ୍ତ ଭାବନା 

ଚିତ୍ତ ଚାଞ୍ଚଲ୍ଯରେ ହୁଏ ଆନମନା

କବିତା ତ ଦୂର ଶବ୍ଦଟିଏ ଲେଖିବା ବି 

ମୋ ଲାଗି ସେବେ ସମ୍ଭବ ହୁଏନା।


ମନ ମସ୍ତିଷ୍କରେ ଜମାଟ ବାନ୍ଧିଛି

ଜଗତର ଯାବତୀୟ ଆବର୍ଜନା

କେମିତି କରିବି କୁହ ଅବା ମୁହିଁ

ବାଣୀ ଆରାଧନା ସାହିତ୍ୟ ସାଧନା ।


ଶତ ଚେଷ୍ଟା କରି ବି ହୁଅଇ ନିଷ୍ଫଳ 

ଲେଖିବାକୁ ଶବ୍ଦଟିଏ ଅବା ପଦଟିଏ 

ଯେବେ ଯାଏଁ ମନର କେଉଁ କୋଣରେ 

କାମନାର ବୀଜଟିଏ ଅଙ୍କୁରି ଉଠୁଥାଏ।


ଯେବେ ହୁଅଇ ହୃଦବୋଧ ଏଇ କାମନା ହିଁ 

ମୋହର ସାରସ୍ଵତ ସାଧନାର ପଥରେ ବାଧକ 

ଆପେ ଆପେ ଅପସରି ଯାଆନ୍ତି ଇଛା ମାନେ 

ଭରିଯାଏ ମନେ ଶାଶ୍ୱତ ନୈସର୍ଗିକ ଭାବୋଛ୍ବାସ। 


ଅନୁତାପ ଅବା ପ୍ରାୟଶ୍ଚିତର ପ୍ରୟାସରୁ ପ୍ରାରମ୍ଭ

ହୁଏ ଲେଖାଲେଖିର ଅଦମ୍ୟ ଅଭିପ୍ସା 

ଅନାବନା ଭାବନା ଆଉ କିଛି ମାମୁଲି ଶବ୍ଦର 

ସମାହାରରେ ମୁଁ ଲେଖି ବସେ କିଛି କବିତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract