Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anupama Sahu

Abstract

4  

Anupama Sahu

Abstract

ମାନବିକତା

ମାନବିକତା

1 min
541



ଏ ବିଶ୍ଵେ ମାନବ

ଅଟେ ଶ୍ରେଷ୍ଠ ଜୀବ

ଅମୃତର ସେ ସନ୍ତାନ 

ସର୍ବ ସଦଗୁଣ

ଭରି ଭଗବାନ

ମାନବେ କଲେ ନିର୍ମାଣ ।


ଦୟା ପବିତ୍ରତା

ପ୍ରେମ ସୁଶୀଳତା

ସନ୍ତୋଷ ଈଶ୍ଵରଭକ୍ତି

ଆତ୍ମନିୟନ୍ତ୍ରଣ 

ସୁବିଚାର ପଣ

ସଂକଳ୍ପ ସାଧୁତା ଶାନ୍ତି ।


ଧୈର୍ଯ୍ୟ ବିନମ୍ରତା

ସେବା ସଂଯମତା

ଯୋଗ ସହନଶୀଳତା

ସ୍ଵାଧ୍ୟାୟ ଆଚାର

ପରଉପକାର 

ଆତ୍ମନିର୍ଭରଶୀଳତା ।


ସ୍ଥିତପ୍ରଜ୍ଞ ବୁଦ୍ଧି 

କଉଶଳ ସିଦ୍ଧି

ମାନବୀୟ ମୂଲ୍ୟବୋଧ

ଦିବ୍ୟ ଶ୍ରଦ୍ଧାଚାର

ଭାବ ଶିଷ୍ଟାଚାର

ବିଚାର ଶୃଙ୍ଖଳା ବୋଧ ।


ସହିଷ୍ଣୁ ସଂଯମ

ନିତ୍ଯ ପରିଶ୍ରମ

ସତ୍ୟ ଧର୍ମ ନ୍ୟାୟ ବଳେ

ତ୍ୟାଗ ତିତିକ୍ଷାର 

ଅବତାର ନର

ଶ୍ରେଷ୍ଠ ଭବଭୂମିତଳେ ।


ପ୍ରଥା ପରମ୍ପରା

ପ୍ରୀତି ଭାଇଚାରା

ସଂସ୍କାର ମଣିଷପଣ

ଦେବତ୍ଵ ଆଧାର

ଗୁଣବତ୍ତା ସାର

ବିଭୁଦତ୍ତ ସଦଗୁଣ ।


ଧରାରେ ଅପୂର୍ବ

ହେବ ନୂଆସ୍ଵର୍ଗ

ମାନବିକତା ପରଶେ 

ମାନବ ଧରମ 

ମାନବ କରମ

ମାନବିକତାର ବାସେ ।


ଏ ବିଶ୍ଵ ଜଗତ 

ସୃଷ୍ଟି ମୂଳ ତତ୍ତ୍ଵ

ମାନବ ବୁଝିପାରଇ

ଅମୃତ ସନ୍ତାନ 

ଦିବ୍ଯ ପ୍ରଦର୍ଶନ

ମାନବିକତା ବୋଲାଇ ।


ଵଞ୍ଚି ନିଜ ପାଇଁ

ଅପରେ ବଞ୍ଚାଇ

ରଖିବା କର ଶପଥ

ମାନବିକତାର 

ଆମେ କର୍ଣ୍ଣଧାର

ଅଶ୍ଵ ପ୍ରଗତିର ରଥ ।


ସୃଷ୍ଟି ଉରସରେ

ପ୍ରୀତି ସରସୀରେ.

ଫୁଟିବ ସ୍ୱର୍ଣ୍ଣ କମଳ

ମାନବିକତାର 

ଦିବ୍ୟ ଓଁକାର

ଧ୍ଵନୀ ହୋଇବ ସଫଳ ।


ଗୋପବନ୍ଧୁ ବୁଦ୍ଧ

ଯୋଗୀ ଅରବିନ୍ଦ

ସ୍ଵାମୀଜୀ ବିବେକାନନ୍ଦ

ପରିବର୍ତ୍ତିନର

ଥିଲେ ସୂତ୍ରଧର

ମାନବର ମଧ୍ୟେ ସାର ।


ମହାତ୍ମା ଚୈତନ୍ୟ

ନାନକ ଅନନ୍ୟ

ସନ୍ଥ କବୀର ତୁଳସୀ

ମାନବ ଧର୍ମର

କରିଲେ ପ୍ରଚାର

କାଳବକ୍ଷେ ଅବିନାଶୀ ।


Rate this content
Log in

Similar oriya poem from Abstract