ଅତୃପ୍ତ ଆତ୍ମା
ଅତୃପ୍ତ ଆତ୍ମା
ନିଜକୁ ଭୁଲେ ଯେ ଆତ୍ମା
ସେ କିବା ସ୍ମରିବ ପରମାତ୍ମା
ନିଶ୍ଚିତ ସେ "ଅତୃପ୍ତ ଆତ୍ମା" ।
ମନ ନ କରି ନିୟନ୍ତ୍ରଣ
ଷଡ଼ରିପୁରେ ମଜାଇ ପ୍ରାଣ
ଶତ ପ୍ରାଚୁର୍ଯ୍ୟେ ନୁହେଁ ତୃପ୍ତ
ଇହ ତେଜିଲେ ବି ଅତୃପ୍ତ ।
'ଚାହିଁବା'ର ଆଶା ଯା'ର ଦିବାରାତି
ତୃପ୍ତ ବା ହେବ କେମିତି
ମିଥ୍ୟା ଅରଜନେ ନିତି ଯେ ମାତେ
ସତ୍ୟ ଆହରଣ ଜୁଟିବ କି ମାଥେ ।
ତୃପ୍ତ ବା ହେବ କେମିତି
'ନଶ୍ୱର'କୁ ଯେ ଚାହୁଁଥିବ ନିତି
ଉପଲବ୍ଧ ଥିଲେ ହେଁ ଅବିନଶ୍ୱର
ଉପଭୋଗ କରୁଥିବ 'ମିଥ୍ୟା'ର ବାସର ।
ଚାଲିଯାଉଥିବ କାଳ ପରେ କାଳ
ଉଇଁଥିବେ ରବି ସବୁ ସକାଳ
ସଦା 'ଅତୃପ୍ତ'ରେ ରହି ସେ ଆତ୍ମା
ଘୂର୍ଣ୍ଣୟମାନ ସେ ଭାବୀ ପ୍ରେତାତ୍ମା ।