STORYMIRROR

PRIYARANJAN SAHOO

Romance

3  

PRIYARANJAN SAHOO

Romance

ଆହ୍ଲାଦିନୀ

ଆହ୍ଲାଦିନୀ

1 min
171


ଏ ଅଧର ଖୋଜେ ତୁମ ଉଷ୍ମ ପରଶ

ସାନ୍ନିଧ୍ୟ ଲଭିବା ଅନ୍ତେ ଆନ କିବା ଆଶ ?


ମୃଦୁ ମଳୟ ସାଥେ ତୁମ ଅଙ୍ଗ ସ୍ପର୍ଶ

ଲିପ୍ସା ମୋ ତୁମ ସାଥେ ଯାବତ୍ ବିମର୍ଶ !


ସତେ ବା ତୁମେ ନିସ୍ତବ୍ଧ ରାତିର ସାଥୀ

ବଢ଼ୁଥିବ ମୋ ତୃଷାର୍ତ୍ତ ଅଧର ତାତି..!


ମତାଣିଆ ଅଙ୍ଗନେ ଦୁଗ୍ଧ ସ୍ନାତ ତନୁ

ସ୍ଵତଃ ପ୍ରେମ ଉଦଗୀରଣ ହୃଦୟ ବିତାନୁ...।


ଏଯାଏଁ ଖୋଜିନି ତୁମ ଉଦ୍ଭାବକ

ପାଖେ ପାଇ ଅହର୍ନିଶ ହୁଏ ମୁଁ ଭାବୁକ l


ସେ ଭାବନା ଉଙ୍କିମାରେ ସଞ୍ଜ ଓ ସକାଳେ 

ଲୋଡ଼ୁଥାଏ କ୍ଳାନ୍ତ ମନ ଜୀବନ ଜଞ୍ଜାଳେ ।


ମନ୍ଦ୍ର ବାଷ୍ପିତ କୁଣ୍ଡଳୀ କହେ କେତେ କଥା

ମଧୁର ପରଶ ଢାଳି ହରିନିଏ ବ୍ୟଥା ।


ଯାଦୁ ପରି ଆକର୍ଷଣ ଚୁମ୍ବକୀୟ ତନୁ

ଅନୁଭବେ ଆଲିଙ୍ଗନ ହୃଦୟ ଅଙ୍ଗନୁ ।


କେବେ ସେ ଚିରଯୌବନେ ସବୁଜିମା ଭରା

ମନଜିଣା ପୁଣି କେବେ ସୁଧାମୟ ଧାରା ।


ସତେ ବା ପାଲଟେ ଚଉବର୍ଗ ଦାନୀ

ମନର ମାନସୀ ସେ କ୍ଳାନ୍ତ ହରିଣୀ


ସୀମିତେ ଉତ୍ତାଳ ସେ ତରଙ୍ଗ ସହିତ

ଆହ୍ଲାଦିନୀ ପ୍ରେୟସୀ "ଚାହା"ରେ ନାମିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance