STORYMIRROR

PRIYARANJAN SAHOO

Abstract Children Stories Inspirational

4  

PRIYARANJAN SAHOO

Abstract Children Stories Inspirational

ଶିଶୁ ସୁରଭି

ଶିଶୁ ସୁରଭି

1 min
250


ପିତା ମାତା ଆମ ଜୀବନ୍ତ ଦେବତା

କହିଛନ୍ତି ମହାଜନ

ସବୁବେଳେ ତାଙ୍କ ସେବା କରୁଥିବା

ଜିଣୁଥିବା ତାଙ୍କ ମନ..!


ମିଛ କଥା ପରା ମହାକାଳ ଫଳ

ତୁଣ୍ଡରେ କେବେ ନ ଧରି

ଜୀବ ଥିବା ଯାଏଁ ସତ କହୁଥିବା

ସତ୍ୟରେ ଜୟ ସବୁରୀ...!


ହାରିବାନି କେବେ ବିପଦ ବେଳରେ

କରିବାରେ ମୁକାବିଲା

ଈଶ୍ୱର ବିଶ୍ୱାସେ ହାସଲ କରିବା

ଜୀବନ ଜୀଇଁବା କଳା..!


ମନରେ ନରଖି କା ପ୍ରତି ଅସୂୟା

ପରହିତେ ଦେବା ପ୍ରାଣ

ସବୁ ସୁଗୁଣକୁ ଅମୃତ ପରାଏ

କରୁଥିବା ବିତରଣ..!


ଅସ୍ଥିର ନ ହୋଇ ଧୈର୍ଯ୍ୟ ସହକାରେ

କରିବା କାର୍ଯ୍ୟ ସକଳ 

ଦୃଢ଼ ମନୋବଳେ ଆଗେଇ ଚାଲିବା 

ଖଟାଇ ବୁଦ୍ଧି ଓ ବଳ..!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract