STORYMIRROR

PRIYARANJAN SAHOO

Abstract

3  

PRIYARANJAN SAHOO

Abstract

ପୁରୁଷର ଦୁଃଖ...

ପୁରୁଷର ଦୁଃଖ...

1 min
208


କେମିତି କହିବି ଭାଇ ପୁରୁଷ ଦୁଃଖ 

ଦୁନିଆଁ ଜଞ୍ଜାଳ ନେଇ ଶୁଖିଲା ମୁଖ ...!


ସେବାରେ ହେଲେ ଉଣl 

ବାପା ମା ମନ ଊଣା 

ମରିପଡ଼ି ସମୟରେ ସେବାକୁ ରଖ 

..... କେମିତି କହିବି...


ତା ଦୁଃଖ ଅଜlଗା ଘାଆ 

କହିଦେଲେ ଲାଗେ ନିଆଁ 

ଯେତେ ଦୁଃଖ ପାଅ ପଛେ ଚାପିକି ରଖ 

... କେମିତି କହିବି....


ଭାରିଯାର ଟଙ୍କା ଗଣା 

ହୋଇଲେ ଟିକିଏ ଊଣା 

ଧୋଇବ ମରଦକୁ ଏପାଖ ସେପାଖ 

... କେମିତି କହିବି...


ଗହଣାରେ ଦେବ ଭରି 

ନହେଲେ ତମେ ଭିକାରୀ 

ମାସିକ ପାଉଣା ବିନା ସ୍ତ୍ରୀ ବିମୁଖ 

... କେମିତି କହିବି...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract