ପୁରୁଷର ଦୁଃଖ...
ପୁରୁଷର ଦୁଃଖ...
କେମିତି କହିବି ଭାଇ ପୁରୁଷ ଦୁଃଖ
ଦୁନିଆଁ ଜଞ୍ଜାଳ ନେଇ ଶୁଖିଲା ମୁଖ ...!
ସେବାରେ ହେଲେ ଉଣl
ବାପା ମା ମନ ଊଣା
ମରିପଡ଼ି ସମୟରେ ସେବାକୁ ରଖ
..... କେମିତି କହିବି...
ତା ଦୁଃଖ ଅଜlଗା ଘାଆ
କହିଦେଲେ ଲାଗେ ନିଆଁ
ଯେତେ ଦୁଃଖ ପାଅ ପଛେ ଚାପିକି ରଖ
... କେମିତି କହିବି....
ଭାରିଯାର ଟଙ୍କା ଗଣା
ହୋଇଲେ ଟିକିଏ ଊଣା
ଧୋଇବ ମରଦକୁ ଏପାଖ ସେପାଖ
... କେମିତି କହିବି...
ଗହଣାରେ ଦେବ ଭରି
ନହେଲେ ତମେ ଭିକାରୀ
ମାସିକ ପାଉଣା ବିନା ସ୍ତ୍ରୀ ବିମୁଖ
... କେମିତି କହିବି...।
