Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

4.5  

Jagannath Barik

Abstract

ଅଷ୍ଟାଦଶ ପୁରାଣ ମାଳା

ଅଷ୍ଟାଦଶ ପୁରାଣ ମାଳା

1 min
512


ଅଷ୍ଟାଦଶ ପୁରାଣ ମାଳା 

ଭଵ ସିନ୍ଧୁ ତରି ଯିବାକୁ ଭେଳା |


ବ୍ୟାସ ଦେବ କୃତ ପରମ ପବିତ୍ର 

   ବେଦ ପୋଥି ବିଭାଜନ ହୋଇଲା 

ଅଠର ଖଣ୍ଡରେ ଗଳ୍ପ ମାଧ୍ୟମରେ 

   ଜଗତ ଜନଙ୍କ ମନ ମୋହିଲା |


ବ୍ରହ୍ମ ବ୍ରହ୍ମାଣ୍ଡ ବ୍ରହ୍ମବୈବର୍ତ୍ତ ତିନି 

      ବ୍ର' ଅକ୍ଷରରେ ସର୍ଜନା ହେଲା 

ମ 'ଅକ୍ଷରେ ଦ୍ବୟ ମତ୍ସ୍ୟ ମାର୍କଣ୍ଡେୟ 

    ବେଦକୁ ବ୍ରହ୍ମାଣ୍ଡ ଉଦ୍ଧାର ଲୀଳା |


ବରାହ ବାମନ ବିଷ୍ଣୁ ବାୟୁ ଚାରି 

     ବ ' ଆଦ୍ୟ ବର୍ଣ୍ଣେ ରୂପ ବହିଲା 

କୂର୍ମ ପୁରାଣରେ ମନ୍ଦର ଧାରଣ 

     ଅଗ୍ନିରେ ବଂଶାନୁଚରିତ ଭଲା |


ନାରଦ ପୁରାଣେ ଶ୍ରୀବିଷ୍ଣୁ ମହିମା 

     ପଦ୍ମେ ସୃଷ୍ଟି ଇତିହାସ ରହିଲା 

ଗରୁଡ଼ ପୁରାଣେ କଶ୍ୟପ ବନିତା 

      କଦ୍ରୁ ବିନତାଙ୍କ ବାଦ ବଢ଼ିଲା |


ସ୍କନ୍ଦ ପୁରାଣରେ ଲିଙ୍ଗ ପୁରାଣରେ 

      ଶିବଙ୍କ ମହିମା ପ୍ରକଟ ହେଲା 

ଭାଗବତ ଆଉ ଭବିଷ୍ୟ ପୁରାଣେ 

    ଆଧ୍ୟାତ୍ମିକ ଜ୍ଞାନ ନେତ୍ର ଖୋଲିଲା |


ଦଶ ଗୁଣ ବହି ଶ୍ରୀମଦ୍ଭାଗବତ 

     ମହାପୁରାଣର ଆଖ୍ୟା ବହିଲା 

'ବ୍ରହ୍ମ ସୂତ୍ର ' ରୂପ ଏ ସରଳୀକୃତ 

     ଜଗା ଭାଷେ ବ୍ୟାସ ଅପୂର୍ବ କଳା |



Rate this content
Log in

Similar oriya poem from Abstract