ମନ ଝୁରେ
ମନ ଝୁରେ
ସାଥୀ ଟିଏ ସାଥୀ ଖୋଜେ
ମନ ଖୋଜେ ମନ
ଘରକୁ ସିନା ଘରଣୀ ସୁନ୍ଦର
ବାହା କନିଆଁ କୁ ସାଜେ ବଉଳ ପାଟ ।
ନିଃସଙ୍ଗ ଜୀବନ ମରୁଭୂମି ସମ
ଯିଏ ଆଗ ଯାଉ ଯିଏ ରହିଯାଉ ପଛ
ବୁଢ଼ା କୁ ବୁଢ଼ୀ, ବୁଢ଼ୀ କି ବୁଢ଼ା
ଯେମିତି ପାନ ସହିତ ଚୂନ ।
ଯେତେ ଝଗଡ଼ା,ଦାନ୍ତ ନିକୁଟା ସବୁ ସରିଯାଏ
ଜଣେ ଛାଡି ଦେଇ ଗଲେ ଆଗ
ନାରୀ ର ବୈଧବ୍ୟ ବାହାରକୁ ଦିଶେ
ପୁରୁଷ, ଗଣ୍ଠିଲି ରେ ଲୁଚାଏ ଛାତି ତଳର କୋହ ।
ନିରୋଳା ରେ ବସି ସ୍ମୃତି ଆଡେଇଲେ
ନିଗିଡ଼ି ଯାଏ ଦୁଇ ଧାର ଲୁହ
ବୁଢ଼ୀ ଯେମିତି ପଛରୁ ଡାକ ପକାଏ
ଖାଇବା ବାଢିଲିଣି ହଇ ହେ ,ଆସ ।
ମନର ମଣିଷ ମନ କଥା ବୁଝେ
ଯେମିତି ବରଷା କୁ ବୁଝେ ଚାତକ
ନିଃସଙ୍ଗତା ଯେମିତି କାହା ଜୀବନେ ନ ଆସେ
ହେ ଠାକୁର,ଆଗିଲି ପିଛିଲି କରି ନିଅ ।
ଏକାକୀ ଜୀବନ ମରଣଠୁ ବଳି
ଛୁଆ ନ ଥିଲେ ଆହୁରି ଯନ୍ତ୍ରଣା ଦାୟ
ହସ ଖୁସିରେ ଘର ରହିଥାଉ ଭରି
ଆଉ କିଛି ଲୋଡା ନାହିଁ ମୋର ।
ମଣିଷ ଠୁ ପଶୁ , ଛୋଟରୁ ବଡ ସଭିଏଁ ଲୋଡ଼ନ୍ତି
ସାଥୀ ଟିଏ ଥାଉ ଜୀବନର
କାଲି ର କଥାରେ ଆଖି ରେ ଲୁହ ଆସେ
ଦେଖିବା ଲୋକର କେବଳ ହେବ ବିଶ୍ବାସ ।
କାଉଟିଏ ତଳେ ମରି ପଡିଥିଲା
ଆଉ ଗୋଟେ କାଉ ବିଜୁଳି ଖୁଣ୍ଟରୁ ରାବ ଦଉଥିଲା
ଆମେ କି ବୁଝିବା ତାଙ୍କ ର ଭାଷା
ତଥାପି ଲାଗୁଚି , ଖୁଣ୍ଟରୁ କାଉ
ତଳ କାଉକୁ ନିଦରୁ ଉଠଉ ଥିଲା ।
କିଛି ସମୟ ପରେ ଦେଖିଲା ବେଳକୁ
ସେ ବି ତଳେ ପଡି ଛଟପଟ ହେଉଥିଲା
ମନ ତ କହୁଚି ସେ ସାଥୀ ବିନା ବଞ୍ଚି ପାରିବନି ଭାବି
ବିଜୁଳି ଖୁଣ୍ଟରେ ଲଟକି ପଡ଼ିଲା ।