Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binata Mohanta

Abstract Others

4.4  

Binata Mohanta

Abstract Others

କାଶତଣ୍ଡୀ

କାଶତଣ୍ଡୀ

1 min
525


ସମୟାନୁକ୍ରମେ ଧରା ପୃଷ୍ଠେ ହୁଏ 

            ଋତୁ ଚକ୍ରର ପରିବର୍ତ୍ତନ

ଗ୍ରୀଷ୍ମ, ବର୍ଷା,ଶରତ,ହେମନ୍ତ, ଶୀତ,

           ବସନ୍ତ କରନ୍ତି ଆଗମନ ।


ଶରତ ପଦାର୍ପଣେ ଧରଣୀରେ

       ଶୋଭେ ଅପୂର୍ବ କାଶତଣ୍ଡୀ ଫୁଲ

ଶୁଭ୍ର ରଙ୍ଗ ଧରି ପ୍ରକୃତିରେ ବୁଣେ 

         ବିସ୍ମୟ ମାୟାଜାଲ ।


କାଶତଣ୍ଡୀର ସୌନ୍ଦର୍ଯ୍ୟ ବିଧାତାଙ୍କ

         ସୃଷ୍ଟିର ଅପୂର୍ବ ଦେୟ

ଧବଳ ବର୍ଣ୍ଣେ ଦିଶେ ଅପରୂପା

        ଜିଣିନିଏ ସଭିଙ୍କ ହୃଦୟ ।


ରାସ୍ତାକଡ, ଶସ୍ୟକ୍ଷେତ, ନଦୀତଟ 

           ଦିଶୁଅଛି ଶୁଭ୍ର ବର୍ଣ୍ଣ

ବାଃ କି ସୁନ୍ଦର ମୁଖୁ ବାହାରେ 

         ମନଲୋଭା ଦୃଶ୍ୟ ସୁବିସ୍ତୀର୍ଣ୍ଣ ।


ମୃଦୁ ପବନେ ଦୋଳାୟିତ ଦେଖି 

             ଦଣ୍ଡେ ଅଟକି ଯାଏ ପଥିକ

ଦିବ୍ୟ ସୌନ୍ଦର୍ଯ୍ୟକୁ କଏଦ କରେ 

              ଯନ୍ତ୍ର ମୋବାଇଲ ନାମକ ।


ମା’ଦୁର୍ଗାଙ୍କ ଆଗମନ ବାରତା 

              ନେଇ ଆସିଛି ଧରିତ୍ରୀ ରାଣୀ

କାଶତଣ୍ଡୀ ସ୍ପର୍ଶେ ଧରାବତରଣ

               କରନ୍ତି ମାଆ ଜଗତ୍ ଜନନୀ ।

            


Rate this content
Log in

Similar oriya poem from Abstract