STORYMIRROR

Pramila Mohanty

Abstract

4  

Pramila Mohanty

Abstract

ପାରିବାରିକ କଳହ

ପାରିବାରିକ କଳହ

1 min
469


ପାରିବାରିକ କଳହ

ଭାଙ୍ଗି ଦିଏ ରକ୍ତର ସମ୍ପର୍କ

ଶୀଥିଳ ରକ୍ତର ପ୍ରବାହରେ

ଭରିଦିଏ ହଳାହଳ ଜହର

ତାତି ଉଠେ ଛାତି

ବଢି ଯାଏ ଆଲୋଡନ

ନିଏ ବାଡବାଗ୍ନି ର ରୂପ

ଗମ୍ଭୀର ହୋଇ ଉଠେ

କର୍କଶ ସ୍ବର

ତନୁମନେ ଖେଳିଯାଏ

ପ୍ରଳୟର ତାଣ୍ଡବଲୀଳା

ହୋଇ ଉଠେ ମନୁଆ

ଜାଳଦିଏ ସୁନା ସଂସାର

ପାଉଁଶ ତଳର ଜୁଇସମ

କୁରୁଳି କରୁଳି ଯାଏ

ଧ୍ବଂସ କରେ ଅଭିମାନର ପ୍ରାଚୀର

ଶହଶହ ପରିବାର ସାଜେ ଭଗ୍ନସ୍ତୁପ

ମରଣ ଜୁଇରେ

ଜଳିବା ପର୍ଯ୍ୟନ୍ତ ରହେ

କ୍ରୋଧର ବୀଜ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract