କାଶତଣ୍ତୀ ଫୁଲ
କାଶତଣ୍ତୀ ଫୁଲ
କାଶତଣ୍ତୀ ଫୁଲ ତୁମରି
ଧବଳ ରଙ୍ଗରେ ଶରତ
ଋତୁକୁ କରୁଛି ଆମନ୍ତ୍ରିତ
ଚତୁର୍ଦ୍ଦିଗ ହୋଇ ଉଠିଛି ଧବଳିତ
ଦିଶେ ମୁକ୍ତାର ସମ୍ଭାରେ
ଧରା ହୋଇଛି ସୁସଜ୍ଜିତ
ର୍ନିଲିପ୍ତ ଚକ୍ଷୁ ପଟଳେ
ଏକ ଦୃଷ୍ଟିରେ ଚାହିଁ
ରହିଛି ଏ ଜଗତ
ଦୋହଲି ଉଠୁଛି ସମୀର ପରଶେ
ଝୁଲୁଛିକି ସତେ କୋମଳ
ଦେହେ ମୁକ୍ତାମାଳ
କି ସୁନ୍ଦର ଦିଶେ ସତେ
ଯେପରି ସୁନୀଳ ଗଗନେ ରୂପା ଜହ୍ନ
ଲହର ତାହାର ଆଣଇ
ମନେ ଶରତ ଉନ୍ମାଦ
ଶାଦରୀୟ ପରିବେଶେ
ମଣ୍ଡିତ ହୋଇବ ଏ ଜଗତ
ସେ ବି କରିବ ସ୍ପର୍ଶ ଦେବୀଙ୍କ ପୟର