STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଅବ୍ଯକ୍ତ କୋହ

ଅବ୍ଯକ୍ତ କୋହ

1 min
230


ଯନ୍ତ୍ରଣା ଜର୍ଜରିତ ଶରୀରେ

ଅବ୍ଯକ୍ତ କୋହ ଯାଉଛି ସଢି

କୋହରେ ଘୃଣାର ସଳିତା

   ଯାଉଛି ଜଳି

ବଞିବାର ନିଶାରେ ବଞ୍ଚିରହିଛି

      ଖାଲି

ଭଗ୍ନ ସ୍ତୁପର ଅବଶ ରୂପ ନେଇ

ହସିଯାଇଛି ଦିନ ଚୂର୍ଣ୍ଣ ବିଚୂର୍ଣ୍ଣ

    ହୋଇ

ହସର ପଲକ ଦେଇଛି ଆଖି

     ମୁଦି

ଦୁଃଖର ସ୍ରୋତରେ ଯାଇଛି

    ଭାସି

ପାଉନି ଆହୁଲା ଆଉକି 

     ପାରିବ ବଞ୍ଚି

କୋହର ବିଷ ଜ୍ଵାଳା ବିସ୍ତାରିତ

ରୂପ ନେଇ ଯାଉଛି ମାଡି

  କହିପାରୁନି ମନ ଖୋଲି

କହିଦେଲେ କାଳେ ଫାଟି

     ପଡିବ ଚୁରମାର ହୋଇ

ଲିଭାଇ ଦେବ ସମ୍ପର୍କର

 ସେତୁ ଦେବ ଉଜାଡି

ତାଡନା ଘୂରି ବୁଲିବ 

ଚକାଭଉଁରୀ ହୋଇ

  ବାଡ ବାଗ୍ନିର ରୂପ ନେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational