STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ମାନବିକତା

ମାନବିକତା

1 min
295


ହଜିଯାଇଛି କି ସତେ

ଆଜି ମାନବିକତାର

ଶଦ୍ଦ ଚତୁର୍ଦ୍ଦିଗେ ଖାଲି

ରଚଇ ହିଂସା ର କର୍କଶ ସ୍ବର 

କାନ ଗହ୍ବରେ ଶୁଭେ ଖାଲି

ହତ୍ଯା ପାଶବିକତା ଅତ୍ୟାଚାର 

ସଂସ୍କାର ଯାଇଛି କି ହଜି

ସମୟଟା କାଳେ ଲଗାଇ

ରଖିଛି ବାଜି କାହାପ୍ରତି

ନାହିଁ କାହାର ଡର ଭୟ

ସଭିଏଁ ଖାଲି ମୁଁ ଶବ୍ଦର

ଗୁଞନେ ମଦମସ୍ତ

ପୁଅ ଶୁଣେ ନାହିଁ ମାର କଥା

ଭାଇ ବୁଝେନାହି ଅଳିଅଳି

ଭଉଣୀର ଅନ୍ତର ବ୍ଯଥା

କେହି ବୁଝିପାରନ୍ତି ନି କାହାରି

 ଲୁହ ଭିଜା ଦରଦି ହୃଦୟର

 କୋହ ଭରା କଥା

ସଭିଙ୍କ ମୁହଁରେ ସ୍ବାର୍ଥପରତାର ମୁଖା

ଭସ୍ମୀଭୂତ ହୋଇ ଉଠିଛି ।

  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational