ହଜିଯାଇଛି
ହଜିଯାଇଛି
ବୟସ ମୋ ଖଞଣୀର
ତାନେ ଲଣ୍ଠନ ର ମିଞ୍ଜି ମିଞ୍ଜି
ଆଲୁଅ କୋଣେ
ଦେବୀଙ୍କ ପରି ଝଟକ ଥିଲା
ନାହୁଲି ବୟସ ଉଙ୍କି ପାରି
ଗାଇ ଉଠୁଥିଲା ଖଞଣୀ ର
ଶବ୍ଦ ମୁଁ ଯେ ଷୋଢଶୀ
ଫଟାକାଚ ପରି ନୁହେଁ ମୁଁ
ଅଳସୀ
ଲଣ୍ଠନ ର ଶିଖାରେ ଦେଵି
ସଜାଇ ଆଲ୍ଲାଦର ତାନରେ
କୋମଳ ପୁଷ୍ପ ବୃନ୍ତରେ
ଦିନର ପରିକ୍ରମା ଗାଏ
ଉନ୍ନତି ର ବାତ୍ତା ଯୋଗାଇ
ମହକିତ ସନ୍ଧ୍ୟା ର ଗାଥା
ବାଜୁଥିଲା ଦିନେ ଖଞଣୀ ର
ପବିତ୍ର ଉଲ୍ଲାସିତ ତାନେ
ଯୁଗ କି ତାକୁ ଆଜି ଦେଲା
ଲୁଚାଇ
ଫଟାକାଚ ପରି ବୟସ କି
ସତେ ଗଲା ଧୁମାଳ ହୋଇ