Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

4  

Sukadev Mahanta

Inspirational

ଜାତୀୟ ସଦ୍ଭାବନା ଦିବସର ପ୍ରତିବେଦନ

ଜାତୀୟ ସଦ୍ଭାବନା ଦିବସର ପ୍ରତିବେଦନ

2 mins
384



ପୁଣ୍ୟଭୂମି ଭାରତର   ଜଣେ ସୁଯୋଗ୍ୟ ସନ୍ତାନ

   ପୁଣ୍ୟାତ୍ମା ରାଜୀବ ଗାନ୍ଧୀ ହେଲେ ଜନମ

ଲୌହ ମାନବୀ ଇନ୍ଦୀରା    କୋଳ ମଣ୍ଡନ କରିଣ

      ଯୁଗ ଯୁଗ ଧରି ରଖିଗଲେ ସୁନାମ

       ଅଗଷ୍ଟର କୋଡିଏ ଦିନ

 ଉଣୈଶ ଚୌରାଳିଶର ଶୁଭ ଲଗନ ।


  ଜବାହରଙ୍କର ନାତି   ଫିରୋଜ ଗାନ୍ଧୀଙ୍କ ସୁତ

      ସଞ୍ଜୟ ଗାନ୍ଧୀଙ୍କର ଜ୍ୟେଷ୍ଠ ଭ୍ରାତ

ଚନ୍ଦ୍ରକଳା ପ୍ରାୟେ ବଢି     କେମ୍ବ୍ରିଜରେ ପାଠପଢି

      ବୈମାନିକ ପେଷା ଦକ୍ଷ ହୋଇଲେ ସେତ

       ମାତା ତାଙ୍କ ଇନ୍ଦୀରା ଦେବୀ

ପ୍ରଧାନ ମନ୍ତ୍ରୀ ଭାରତର ଲୌହ ମାନବୀ ।


ବିଶ୍ବ ଶାନ୍ତି ସଦ୍ଭାବନା       ବିଶ୍ବଭ୍ରାତୃତ୍ବ ଭାବନା

       ହେଉଥିଲା ଆନ୍ଦୋଳିତ ହୃଦେ ତାଙ୍କର

ବିକଶିତ ଭାରତର      ସପନ ଥିଲା ତାଙ୍କର

    ହୃଦେ ଭାରତ ମହାନ ଧ୍ବନୀ ଝଙ୍କାର

     ଭାରତରେ ଶିକ୍ଷା ବିକାଶ

  ସ୍ବପ୍ନ ଥିଲା କରିବାକୁ  ପୁନଃ ବିନ୍ୟାସ ।


 ଉଦୀୟମାନ ଯୁବକ       ଦେଶ ବିକାଶ ଭାବୁକ

      ଅଜେୟ ଅମର ପ୍ରଗାଢ ଦେଶପ୍ରେମୀ 

ଥିଲେ ବିଶ୍ବ ଶାନ୍ତି କାମୀ   ଗାନ୍ଧୀବାଦ ଅନୁଗାମୀ

        ସମଗ୍ର ବିଶ୍ବବାସୀଙ୍କ ମଙ୍ଗଳ କାମୀ

       ନବ ଭାରତର ନିର୍ମାଣ

   ପ୍ରମୁଖ ଲକ୍ଷ୍ୟ ବୋଲିଣ ତାଙ୍କ ଆହ୍ବାନ ।


ଇଣେଇଶ ଚୌରାଅଶୀ      ଅକ୍ଟୋବର ଏକତ୍ରିଂଶ

         ଦିବସର ସେ ଅଶୁଭ କାଳ ପ୍ରଭାତ

ଲୌହମାନବୀ ଇନ୍ଦିରା     ଅଙ୍ଗରକ୍ଷୀ ଗୁଳିଦ୍ବାରା

     ଜୀବନ ସୂରୁଯ ଅକାଳେ ହେଲା ଅସ୍ତ

       ଦେଶ ଏକତା ଅଖଣ୍ଡତା

 ଲାଗି ଶେଷ ରକ୍ତ ଦେଲେ ନେହେରୁ ସୁତା ।


ସେ ଦୁଖ ଦୁର୍ଦ୍ଦିନ କାଳେ   ବୁଡି ଯାଉଥିଲା ଜଳେ

   ଆମ ଦେଶ ଭାରତର ବିକାଶ ନାଆ

ସେ ଘଡିସନ୍ଧି ମୁହର୍ତ୍ତେ     ମଙ୍ଗ ସଳଖି ଧରିଲେ

     ଇନ୍ଦୀରା ସୁତ ରାଜୀବ ବୁଡନ୍ତା ନାଆ 

      ଦେଶର ପ୍ରଧାନ ମନ୍ତ୍ରିତ୍ବ

ଭାର ସମ୍ଭାଳି ରାଜୀବ  ନେଲେ ନେତୃତ୍ବ ।


ଦେଖାଇଲେ ସ୍ବପ୍ନମାନ     ନବ ଭାରତ ନିର୍ମାଣ

      ଶିକ୍ଷାଦୀକ୍ଷା ପ୍ରତିରକ୍ଷା କ୍ଷେତ୍ରେ ବିକାଶ

ଶାନ୍ତି ସୌହାର୍ଦ୍ଦ୍ୟ ଏକତା     ରକ୍ଷା କରି ଅଖଣ୍ଡତା 

      ସୃଷ୍ଟି କଲେ ବିକାଶର ନବ ଉନ୍ମେଶ

  ବିଶ୍ବ  ସାଥେ ତାଳ ଦେବାର

ଆଶେ ନୂଆ ଶିକ୍ଷାନୀତି ଦାନ ତାଙ୍କର ।


ଉଣୈଶ ଛୟାଅଶୀର    ଜାତୀୟ ଶିକ୍ଷାନୀତିର

     ପ୍ରଣୟନେ ବିକାଶର ନୂଆ ଆୟାମ

କଂପ୍ୟୁଟର ପ୍ରଯୁକ୍ତିର      ବିକାଶରେ ପ୍ରଗତିର 

    ସବୁ ପଥ  ଆମ ଦେଶେ ହେଲା ସୁଗମ 

      ପାଠ୍ୟ ପୁସ୍ତକରେ ସୂଚିତ

 ଏ ଦେଶ ଐତିହ୍ୟ କୀର୍ତ୍ତି ହେଲା ଲିଖିତ ।


 ସକଳ କଣ୍ଠୁ ନିଃସୃତ     ଚତୁର୍ଦିଗେ ମୁଖରିତ 

    “ମୋ ଭାରତ ମହାନ” ଅମର ସ୍ଳୋଗାନ

କ୍ରୀଡା ସାହିତ୍ୟ ସଂସ୍କୃତି     କ୍ଷେତ୍ରେ ଆସିଲା ପ୍ରଗତି

      ଚଢି ଚାଲିଲା ଏ ଦେଶ ଉଚ୍ଚ ସୋପାନ

      ଶାନ୍ତିପୂର୍ଣ୍ଣ ସହାବସ୍ଥାନ

ଲାଗି ଦେଇ ଚାଲିଲେ ସେ ନବ ଆହ୍ବାନ ।


 ଶିଳ୍ପ ବିଜ୍ଞାନ କ୍ଷେତ୍ରରେ    ବିକଶିତ କରିବାରେ

       ରାଜୀବଙ୍କ ଭୂମିକାର ତୁଳନା ନାହିଁ

ଶିକ୍ଷାକୁ ଗୁରୁତ୍ବ ଦେଇ     ଦକ୍ଷତା ବିକାଶ ପାଇଁ

     ଚେଷ୍ଟାକଲେ ସେ ଧନ ମନ ତନ ଦେଇ

     ସିଂହଳ ଦ୍ବିପେ ଶାନ୍ତି ପାଇଁ

 ପଠାଇଲେ ଶାନ୍ତି ସେନା ସୌହାର୍ଦ୍ଦ୍ୟ ପାଇଁ ।


ଫେରିବ ଶାନ୍ତି ସେଠାରେ   ଉଗ୍ରପନ୍ଥା ବିନାଶରେ

   ଫେରିବ ଶାନ୍ତି ସୌହାର୍ଦ୍ଦ୍ୟ ଓ ସଦ୍ଭାବନା

ପଡୋଶୀ ଦେଶରେ ଶାନ୍ତି    ସୌହାର୍ଦ୍ଦ୍ୟ ପ୍ରତିଷ୍ଠା କରି

     ପ୍ରଗତି ଆଣିବା ଥିଲା ତାଙ୍କ କାମନା

      ଦୁର୍ମତି  ତାମିଲ ଉଗ୍ରପନ୍ଥୀ

ସହି ପାରିଲେନି ତାଙ୍କ ଏ ଶାନ୍ତି ନୀତି ।


କରି ବୋମା ବିସ୍ଫୋରଣ    ଜୀବଦୀପ ଅବସାନ

       ଘଟାଇଲେ ତାମିଲ ଉଗ୍ରପନ୍ଥୀଗଣ 

ଶାନ୍ତି ସଦ୍ଭାବନା ପାଇଁ   ଶେଷ ରକ୍ତ ବିନ୍ଦୁ ଦେଇ

      ଚିର ନିଦ୍ରା ବରିନେଲେ ସେ ଆୟୂଷ୍ମାନ

     ତାଙ୍କ ସଫଳ କୀର୍ତ୍ତୀମାନ

 ଅମର ହୋଇ ରହିବ ସେ ବଳିଦାନ ।


ଅକ୍ଷୟ ହୋଇ ରହିବ   ତାଙ୍କ ଯଶ କୀର୍ତ୍ତିମାନ

   ବଢିବ ଆମ ଦେଶର ମାନ ସମ୍ମାନ

ସୋପାନ ପରେ ସୋପାନ   ଚଢୁଥିବ ଦେଶ ଆମ

    କରୁଥିବ ରାଜୀବଙ୍କର  ଗୁଣଗାନ 

   ତାଙ୍କ ଶୁଭ ଜନମ ଦିନ

'ଜାତୀୟ ସଦ୍ଭାବନା ଦିବସ' ମହାନ ।


ଆଜି ଏ ଶୁଭ ଲଗନେ  ଭାରତ ବାସୀଙ୍କୁ ମୁହିଁ

  କରୁଅଛି ସହସ୍ର କୋଟି ନିବେଦନ

ଶାନ୍ତି ସୌହାର୍ଦ୍ଦ୍ୟ ଏକତା     ଅଖଣ୍ଡତା ରକ୍ଷା ପାଇଁ 

      ଏକ ମନ ଏକ ପ୍ରାଣେ କରିବା ପଣ

   ବଢିବ  ଏ ଦେଶର ମାନ 

ଡରିବ ବଇରୀ ଦେଖି ଏକତା ଆମ ।



Rate this content
Log in

Similar oriya poem from Inspirational