Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

4  

ଇଂ. ଅଜୟ କୁମାର Er. Ajaya Kumar ବେହେରା Behera

Inspirational Others

ପରିବେଶ ପ୍ରଦୂଷଣ

ପରିବେଶ ପ୍ରଦୂଷଣ

2 mins
674


ଜଳ ସ୍ଥଳ ବାୟୁ ମୂର୍ତ୍ତିକାକୁ ନେଇ

   ଆମ ପରିବେଶ ପୁଷ୍ଟି

ପରିବେଶ ପାଇଁ ଜୀବଜଗତଟି 

   ରହିଥାଏ ସଦା ତିଷ୍ଠି ।

   

ଉଦ୍ଭିଦ ଜଗତ ପ୍ରାଣୀଙ୍କ ସହିତ

   ମାନବ ଜାତିକୁ ନେଇ

ଜୀବଜଗତର ସୃଷ୍ଟି ଏ ବିଶ୍ୱରେ

  ସଜୀବରେ ଗଣା ହୋଇ ।

  

ସଜୀବ ନିର୍ଜୀବ ସମ୍ପର୍କ ଭିତ୍ତିରେ

   ପରିବେଶ ସନ୍ତୁଳନ

ସନ୍ତୁଳନ ନୀତି ଉଲଂଘନ କଲେ

   ପରିବେଶ ନଷ୍ଟ ଜାଣ ।

   

ବିଜ୍ଞାନ ବଳରେ ସୁଜ୍ଞାନୀ ମାନବ

   ନିଜ ସ୍ୱାର୍ଥ ସିଦ୍ଧି ପାଇଁ

ନିର୍ଭୟ ଚିତ୍ତରେ ଜଳ ସ୍ଥଳ ବାୟୁ

   ପ୍ରଦୂଷଣ କରୁଥାଇ ।

    

ପୋଖରୀ ସମୁଦ୍ର ନଦୀ ନାଳ ହ୍ରଦ

    ଭୂତଳ ଜଳର ଉତ୍ସ

ପ୍ରକୃତିର ଦାନ ଜୀବର ଜୀବନ

   ଅମୃତ ହେଲାଣି ବିଷ ।

   

କଳ କାରଖାନା ଗୃହ ଆବର୍ଜନା

   ରସାୟନ ବିଷ ପାଣି

ଚାଷ କ୍ଷତ ସାର ବିଷାକ୍ତ ଔଷଧ

   ଜଳରେ ମିଶଇ ପୁଣି ।

   

ସଂକ୍ରମିତ ଜଳ ସଂସର୍ଗରେ ଆସି

    ମୃତ୍ତିକା ଦୂଷିତ ହୁଏ

ଉର୍ବରତା କମି ଶସ୍ୟ ଉତ୍ପାଦନେ

  ବାଧା ଉପୁଜାଇ ଥାଏ ।

   

ବୃକ୍ଷଲତାମାନ ଲାଗି ରୋଗପୋକ

   ଅକାଳରେ ଯାଏ ଝଡି

ଧରଣୀ ରାଣୀର ଶିରି ତୁଟି ଯାଇ 

  ସବୁଜିମା ଯାଏ ଛାଡି ।

   

ବାୟୁ ମଣ୍ଡଳରେ  ବିଷାକ୍ତ ଧୂଆଁର

    ଆସ୍ତରଣ ଜମି ରହି

ପ୍ରଦୂଷଣ ମାତ୍ରା ବୃଦ୍ଧି ହୋଇ ଚାଲେ

   ନିଶ୍ୱାସେ ବିଶ୍ୱାସ ନାହିଁ ।

   

ଗନ୍ଧକ ଅଙ୍ଗାର   ଯବକ୍ଷାରଜାନ

   ଅମ୍ଳଜାନରେ ଜାରିତ

ବିଷାକ୍ତ ଧୂଆଁର ନିର୍ଗତ କାରଣେ

    ବାୟୁମଣ୍ଡଳ ଦୂଷିତ ।

    

ପବନ ସହିତ   ଯବକ୍ଷାରଜାନ

   ଗନ୍ଧକର ଅମ୍ଳ ମିଶି

ଜଳ ସ୍ଥଳ ନଦୀ  ବନ କୀର୍ତ୍ତିରାଜି

   ନଷ୍ଟ କରେ ଅମ୍ଳ ବୃଷ୍ଟି ।

   

କୋଇଲା ସହିତ ଖଣିଜ ଜାଳେଣି

   ବ୍ୟବହାର ବୃଦ୍ଧି ହୋଇ

ବାୟୁ ମଣ୍ଡଳକୁ  ପ୍ରଦୂଷିତ କରେ

   ଦେଖିବାକୁ କେହି ନାହିଁ ।


ଘରେ ଓ ବାହାରେ ଜରି ପଲିଥିନି

   ପ୍ଲାଷ୍ଟିକର ବ୍ୟବହାର

ଜଳ ସ୍ଥଳ ବାୟୁ ଦୂଷିତ କରୁଛି

   ଅବକ୍ଷୟ ନାହିଁ ଯା'ର ।


କେତେ ପଶୁପକ୍ଷୀ ପଲିଥିନ ଭକ୍ଷି

   ଅକାଳେ ଯାଆନ୍ତି ମରି

ସବୁ ଦେଖି ଶୁଣି ସ୍ୱାର୍ଥାନ୍ଧ ମଣିଷ

    ପ୍ଲାଷ୍ଟିକି ପାରୁନି ଛାଡ଼ି ।

   

ରାସ୍ତାରେ ଗଡୁଛି ଅସଂଖ୍ୟ ପୁରୁଣା

    ପ୍ରଦୂଷଣ ଯୁକ୍ତ ଗାଡି

ଇଞ୍ଜିନି ଛାଡ଼ୁଛି ଘନ କଳା ଧୂଆଁ

  ତୈଳ ଇନ୍ଧନକୁ ପୋଡି ।

  

ତାପମାତ୍ରା ସଙ୍ଗେ ବାୟୁ ପ୍ରଦୂଷଣ

  କାଳକ୍ରମେ ଚାଲେ ବଢି

ଅସହ୍ୟ ଗରମେ ରହି ହେଉନାହିଁ

   ଶିତତାପ ଗୃହ ଛାଡି ।

    

ଥଣ୍ଡା ଯନ୍ତରଟା ଘର ଥଣ୍ଡା ରଖି

   ଗରମକୁ ଦିଏ ତଡି 

ସେଥିପାଇଁ ପୁଣି ବିଶ୍ୱ ତାପମାତ୍ରା

   ଆହୁରି ଯାଉଛି ବଢି ।

    

ଶିଳ୍ପ କାରଖାନା ଯନ୍ତ୍ରପାତି ସଙ୍ଗେ

    ଯାନବାହାନର ଧ୍ୱନି

ଡ଼ାକବାଜି ଯନ୍ତ୍ର ଡିଜେବାଜା ଶବ୍ଦ

   ରେଲଗାଡି ବାଣ ପୁଣି ।

   

ଶବ୍ଦ ପ୍ରଦୂଷଣ  ହେଉଛି ଭୀଷଣ

    ଶ୍ରବଣ ଶକ୍ତିର ହ୍ରାସ

ପାରସ୍ୱନିକ    ବିଜ୍ଞାନ ଧ୍ୱନୀରେ

  ବୃଦ୍ଧି ପାଏ ରୋଗ ଦୁଃଖ ।

   

ହୁଏ ମୁଣ୍ଡ ବିନ୍ଧା   ମାନସିକ ଚିନ୍ତା

    ହୃଦ ସ୍ପନ୍ଦନର ବୃଦ୍ଧି

ଉଚ୍ଚ ରକ୍ତଚାପ   କରେ ହୃଦଘାତ

   କମିଯାଏ ଆମ ଶକ୍ତି ।

    

ଆମ ଶ୍ଵାସକ୍ରିୟା   ହଜମ ପ୍ରକ୍ରିୟା

   ହୋଇଥାଏ ପ୍ରଭାବିତ

ନିଦ୍ରାରେ ବ୍ୟଘାତ ସ୍ନାୟବିକ ରୋଗ

   ପୁଣି ହୁଏ ଗର୍ଭପାତ ।

    

ଆଣବିକ ଶିଳ୍ପ  ଉଜ୍ବଳ ଆଲୋକ

    ବିକିରଣ ପ୍ରଦୂଷଣ

ଆଣବିକ ଅସ୍ତ୍ର   ଉତ୍ପାଦନ ଅଟେ 

  ଏହାର ମୁଖ୍ୟ କାରଣ ।

   

ଆଲୋକ ତୀବ୍ରତା ଏମିତି ହୋଇବ

   ହଜିଯିବେ ଚନ୍ଦ୍ର ତାରା

ରାତିରେ ଖୋଜିଲେ ମିଳିବନି କେବେ

  ଆଖିକୁ ଦେବେନି ଧରା ।

   

ଜଳ ସ୍ଥଳ ବାୟୁ  ପ୍ରଦୂଷଣ ପାଇଁ

   ତାପମାତ୍ରା ବୃଦ୍ଧି ହୋଇ

ମେରୁରେ ବରଫ ପାଣି ହୋଇ ଏବେ

   ସମୁଦ୍ରକୁ ଚାଲେ ବହି ।

   

ସମୁଦ୍ର ପତ୍ତନ    କୂଳକୁ ଲଙ୍ଘିବ

   ଆସେ ସମୟ ପାଖେଇ

ଉପକୂଳେ ଥିବା  ତଳିଆ ଅଞ୍ଚଳ

   ସମୁଦ୍ର ମିଶିଵ ଯାଇ ।

    

ବାରମାସେ ଷଡ଼ ଋତୁ ଚକ୍ର ତାର

    ସନ୍ତୁଳନ ହରେଇବ

ଜଳବାୟୁ ସଙ୍ଗେ ବିଶ୍ୱ ପାଣିପାଗ

   ଅସମୟେ ବଦଳିବ ।

    

ବନ୍ୟା ବାତ୍ୟା ସହ ଦୈବୀ ଦୁର୍ବିପାକ

   ଅଦିନେ ଆସିବ ମାଡି

ଜୀବଜଗତକୁ   ପାଣି ପବନରେ

   ନେଇଯିବ କାହିଁ ତଡି ।

   

ପରିବେଶ ରକ୍ଷା  ଜୀବନ ସୁରକ୍ଷା 

   ସମସ୍ତଙ୍କୁ ଅଛି ଜଣା

ଜାଣିଶୁଣି ଆଜି   ମାନବ ସମାଜ

   ସ୍ୱାର୍ଥପାଇଁ ବାଟବଣା ।

    

ସୁସ୍ଥ ପରିବେଶ   ପ୍ରଦୂଷଣ ମୁକ୍ତ 

   ସବୁଜ ଧରଣୀ ପାଇଁ

ଚାଲ ପ୍ରତିବର୍ଷ  ଗଛ ଲଗେଇବା

  ପ୍ରକୃତିର ମିତ୍ର ହୋଇ ।

   

ପେଟ୍ରୋଲ ଡିଜେଲ ଇନ୍ଧନ ଗାଡିକୁ

   ପାଖରୁ ଦେବା ଦୂରେଇ

ପ୍ରଦୂଷଣ ମୁକ୍ତ   ବିଜୁଳି ଓ ଗ୍ୟାସ

  ଗାଡି ନେବା ଆପଣେଇ ।

   

ଶିଳ୍ପ କାରଖାନା   ଗୃହ ଆବର୍ଜନା

    ସୁପରିଚାଳନା କରି

ପରିବେଶ ପାଇଁ ଉପଯୋଗୀ କଲେ

   ସବୁଜିମା ଯିବ ଭରି ।

   

ପ୍ରକୃତି ସହିତ    ମିତ୍ରତା କରିବା

   ସ୍ୱଚ୍ଛତାକୁ ସାଥି କରି

ସର୍ବେ ନିରାମୟ  ଜୀବନ ଜିଇଁବା

  ପ୍ରଦୂଷଣ ଦେଲେ ମାରି ।


Rate this content
Log in

Similar oriya poem from Inspirational