STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

କାହିଁକି କରୁଛୁ ଗର୍ବ

କାହିଁକି କରୁଛୁ ଗର୍ବ

1 min
141


ମାଟିରୁ ଉତ୍ପନ୍ନ ମାଟିରେ

ମରଣ ମଣିଷ ଜୀବନ

କେବଳ ଶିବରାତ୍ରୀ ପରି

ଦିନିକିଆ ଜାଗରଣ

ଆସିଛୁ ଖାଲି ଯିବୁତୁ

ଖାଲି ସାକ୍ଷୀ ତୋହର

ମରଣ ଶଯ୍ୟାର ଦୁଇମୁଠା

  ବାଲି

କିଛି ନୁହଁ ତୋହର

କେବଳ ଚାରି ଚାଖଣ୍ତେ

ଜମି ଚାରି ଖଣ୍ଡ କାଠରେ

 ପୋଡିବ ତୋ ଶରୀର

ବୃଥା ଗର୍ବ କାହିଁ ତୁ କରୁଛୁ

ଆଖି ବୁଜିଦେଲେ ସବୁ

 ହୋଇଯିବ ପର

ଏତ ନୁହଇ ଜାଗୃତିର ସ୍ବର

ସମୟ ଦେଉଛି ଇଙ୍ଗିତ

ପୋଡିଗଲେ ହୋଇଯିବୁ

ପାଉଁଶ ଠୁଳ ତୋ ଦୁଇ

ଖଣ୍ଡି ଅସ୍ଥି ହେବ ସନ୍ତକ 

  ମାତର

କାହିଁ କରୁଛ ବୃଥା ଗର୍ବ

ନୁହଁ ବିବ୍ରତ ହୁଅ ଜାଗ୍ରତ

ଉନ୍ମମୁକ୍ତ ରହିଛି ସମୟର

  ପଥ

ଆଉ ଗର୍ବ ନ କରି ଆରେ

ଭଜମନ ପୂଜ ସଦା

ଶ୍ରୀ ହରିଙ୍କ ପୟର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational