କାହିଁକି କରୁଛୁ ଗର୍ବ
କାହିଁକି କରୁଛୁ ଗର୍ବ


ମାଟିରୁ ଉତ୍ପନ୍ନ ମାଟିରେ
ମରଣ ମଣିଷ ଜୀବନ
କେବଳ ଶିବରାତ୍ରୀ ପରି
ଦିନିକିଆ ଜାଗରଣ
ଆସିଛୁ ଖାଲି ଯିବୁତୁ
ଖାଲି ସାକ୍ଷୀ ତୋହର
ମରଣ ଶଯ୍ୟାର ଦୁଇମୁଠା
ବାଲି
କିଛି ନୁହଁ ତୋହର
କେବଳ ଚାରି ଚାଖଣ୍ତେ
ଜମି ଚାରି ଖଣ୍ଡ କାଠରେ
ପୋଡିବ ତୋ ଶରୀର
ବୃଥା ଗର୍ବ କାହିଁ ତୁ କରୁଛୁ
ଆଖି ବୁଜିଦେଲେ ସବୁ
ହୋଇଯିବ ପର
ଏତ ନୁହଇ ଜାଗୃତିର ସ୍ବର
ସମୟ ଦେଉଛି ଇଙ୍ଗିତ
ପୋଡିଗଲେ ହୋଇଯିବୁ
ପାଉଁଶ ଠୁଳ ତୋ ଦୁଇ
ଖଣ୍ଡି ଅସ୍ଥି ହେବ ସନ୍ତକ
ମାତର
କାହିଁ କରୁଛ ବୃଥା ଗର୍ବ
ନୁହଁ ବିବ୍ରତ ହୁଅ ଜାଗ୍ରତ
ଉନ୍ମମୁକ୍ତ ରହିଛି ସମୟର
ପଥ
ଆଉ ଗର୍ବ ନ କରି ଆରେ
ଭଜମନ ପୂଜ ସଦା
ଶ୍ରୀ ହରିଙ୍କ ପୟର ।