STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଜୀବନ ଏକ ଭଗ୍ନାଂଶ

ଜୀବନ ଏକ ଭଗ୍ନାଂଶ

1 min
217


ଜୀବନ ନୁହଁଇ ତିନୋଟି ଅକ୍ଷର

ସେ ତ ଅଟଇ ଏକ ଭଗ୍ନାଂଶର ସ୍ଵର

ସୂଖ ଦୁଃଖ ଖେଳନ୍ତି ଲବ ହରର

ଉଚ୍ଚ ନୀଚର ରୂପକ

କେତେବେଳେ ସୁଖର ସାଗରେ

ଯାଏ ଭାସି କାତ ବିହୁନ

ଜୀବନ ଜଳର ଧାରେ 

ଆଙ୍କି ଦିଏ ପୁଲକର ଛବି

ଗଢି ତୋଳେ ନୂତନ କୋଣାର୍କ

ବାନ୍ଧି ଦିଏ ନର୍ତ୍ତକୀ ର ସମାବେଶ

ଶୁଭେ ନୂପୁରର ଝଙ୍କାର

କେତେଵେଳେ ପୁଣି ପଡେ

କାଳିମାର ଛାଇ ଖେଳେ

ଅନ୍ଧାର ଉଜ୍ଜ୍ୱଳି ର ଖେଳ

ଭଙ୍ଗା ମନ ହୁଏ ନିଷ୍ପେସିତ

କୁରୁଳି କୁରୁଳି ବହିଯାଏ

ଅଶ୍ରୁର ଧାର

ବଞିବାର ବାହାନାରେ ବଢି

ଚାଲେ ଜୀବନ 

ହୋଇ ଯାଏ ବୟସର ଅପରାହ୍ନରେ ହୋଇ ଉପନିତ

ସ୍ବାଗତ କରେ ମୃତ୍ୟୁର ଦ୍ବାର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational