STORYMIRROR

Pramila Mohanty

Inspirational

3  

Pramila Mohanty

Inspirational

ଇଶ୍ଵରଙ୍କୁ ଚିଠି

ଇଶ୍ଵରଙ୍କୁ ଚିଠି

1 min
150

ଆହେ ପରମେଶ୍ୱର

ତୁମେ ପରା ପରଂବ୍ରହ୍ମ

ଚତୁଃପାର୍ଶେ ବିରାଜିତ

ମୁଁ ଅକିଞ୍ଚନ ଜାଣି ପାରେ

ନାହିଁ କେଉଁ ଠିକଣାରେ

 ଲେଖିବି ତୁମକୁ ଚିଠି

ଡାକବାଲା ସାଜି ଆଜି

ତାଡନାର ସ୍ୱର ଦେଉଛି ବାଣ୍ଟି

ଦରଦୀ ହୃଦୟର ଅନ୍ତରାଳେ

ଅଶ୍ରୁବୁନ୍ଦାକୁ ମୁଁ ରଖିଛି ସାଇତି

ଉଣାକର ନାହିଁ ପ୍ରଭୁ କୁରୁଣା

  ତୁମରି

 ରଖ ସଦା କୃପା ଦୃଷ୍ଟି

ତୁମ ଦୟା ପ୍ରେମ ଭରା 

ଅଗାଧ ସମୁଦ୍ରରୁ ଦିଅ

 କାଣିଚାଏ ଆଜି

ପାରି କରିନେବି ମୋ ଜଞ୍ଜାଳ ତରୀକୁ 

ତୁମ ଭକ୍ତି ରସକୁ ଆହୁଲା କରି

ପଢିନିଅ ଥରେ ଚିଠିଟିକୁ ଖୋଲି

ବୁଝି ଯାଅ ଆଜି ଚିଠିର ସାରାଂଶ

ଲେଖି ଛାଡିଚି ମୁହି ଲୁହକୁ

  କଲମ କରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational