STORYMIRROR

Pramila Mohanty

Abstract

4  

Pramila Mohanty

Abstract

ନଈ

ନଈ

1 min
414


ପାହାଡର ଶିଖର ଦେଶରୁ

ବନ୍ଧୁର ଶିଳା ଦେଇ ମନରେ

ଆବେଗ ଉଦ୍ଧିପନା ନେଇ

ବହିଚାଲେ ଉତ୍ସାହର ସ୍ରୋତରେ

ଆଗକୁ ମାଡି

ବାଲି ଗରଡାର ମେଳରେ

ଉଜାଣିର ତାଳେ ତାଳେ

ଯାଏ ସେ ଆଗକୁ ଠେଲି ହୋଇ

ନିଜ ଅନ୍ତରର ମାର୍ମିକ ଗାଥା ବଖାଣି

ଚାଲିବ ସେ ନିଜ

କୁଳକୁଳୁ ନାଦରେ ସ୍ରୋତର ଧାରେ

ଆଗକୁ ବଢୁ ବଢୁ

ମିଳିଯିବ ତାକୁ ନୂଆସାଥୀ

ତା ସାଥେ ମଜ୍ଜିରହି ଚୁଲ୍ ବୁଲି ମନ ନେଇ

ବୋଲାଇବ ସେ ଉଛୁଳା ନଈ

ବହି ବହି ସଭିଙ୍କୁ ମଜାଇ ହସାଇ ରସାଇ

ମିଶିବ ସେ ସମୁଦ୍ର ଗର୍ଭେ ଯାଇ

କହିଦେବ ନିଜ ଅନୁଭୂତି

ତା କର୍ଣ୍ଣ ଗହ୍ବରେ ଯାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract