ନଈ
ନଈ
ପାହାଡର ଶିଖର ଦେଶରୁ
ବନ୍ଧୁର ଶିଳା ଦେଇ ମନରେ
ଆବେଗ ଉଦ୍ଧିପନା ନେଇ
ବହିଚାଲେ ଉତ୍ସାହର ସ୍ରୋତରେ
ଆଗକୁ ମାଡି
ବାଲି ଗରଡାର ମେଳରେ
ଉଜାଣିର ତାଳେ ତାଳେ
ଯାଏ ସେ ଆଗକୁ ଠେଲି ହୋଇ
ନିଜ ଅନ୍ତରର ମାର୍ମିକ ଗାଥା ବଖାଣି
ଚାଲିବ ସେ ନିଜ
କୁଳକୁଳୁ ନାଦରେ ସ୍ରୋତର ଧାରେ
ଆଗକୁ ବଢୁ ବଢୁ
ମିଳିଯିବ ତାକୁ ନୂଆସାଥୀ
ତା ସାଥେ ମଜ୍ଜିରହି ଚୁଲ୍ ବୁଲି ମନ ନେଇ
ବୋଲାଇବ ସେ ଉଛୁଳା ନଈ
ବହି ବହି ସଭିଙ୍କୁ ମଜାଇ ହସାଇ ରସାଇ
ମିଶିବ ସେ ସମୁଦ୍ର ଗର୍ଭେ ଯାଇ
କହିଦେବ ନିଜ ଅନୁଭୂତି
ତା କର୍ଣ୍ଣ ଗହ୍ବରେ ଯାଇ ।।