ହେ ଖରା
ହେ ଖରା


ବସିଥିଲି ବସିଛି ବସିଥିବି ମୁଁ
ଉଠିବିନି ଆଉ ଉଠିବି ନାହିଁ କେବେ
ବାହାର କରିବନି ମୋ ଦେହରୁ
ଝାଳ ଯେତେ ଦିନ ଯାଏ l
ହେ ଖରା.....
ଭେଦି ଯାଅ ମୋ ଦେହରେ
ଜାଳି ଦିଅ ମୋ ପାପୀ ଶରୀରକୁ
ବାସ ଅଛି କୋଣ କୋଣରେ ଦାନବର
ଜମିଛି ରକ୍ତ ବାହାର କର ତାକୁ l
ହେ ଖରା.....
ପଶିଯାଅ ମୋ ଚିନ୍ତାରେ
ଆବୃତି କରିନିଅ ମୋ ଚେତନାକୁ
ବ୍ୟସ୍ତ ଥାଏ ଅହଙ୍କାର ପ୍ରବୃତ୍ତିରେ
ବିନାଶ କରିଦିଅ ତାକୁ l
ହେ ଖରା.....
ରଖିବିନି ଯହିଁ ମତାଲ ହୋଇଛି
କେବଳ ଆଉ କେବଳ ଗର୍ବରେ
ପୋଡି ତାକୁ ଛିନ୍ ଭିନ
୍ କରିଦିଅ
ଯାହା ଅଛି ଲୋଭ ମୋହ ଦେହରେ l
ହେ ଖରା.....
ଛାର୍ ଖାର୍ କରିଦିଅ ମୋ ଭାବନାକୁ
କର୍ଦମାରେ ପୂର୍ଣ୍ଣ ଏ ଶରୀର
ମଣିଷକୁ ଆପଣା କରିନି
ଇସାରାରେ ଚାଲୁଛି ପୋକର l
ହେ ଖରା.....
ଭେଦି ଯାଅ ମୋ ପ୍ରତି ରକ୍ତ ବିନ୍ଦୁରେ
ଶୋଷି ନିଅ ସବୁ ମଇଳା ରକତ
ଉଚ୍ଚ ନୀଚ୍ଚ ଭାବନା ଦେଖେଇ
ଜାତି ନାମେ ଭେଦ କରେ ଅନ୍ଧ ଭକତ l
ହେ ଖରା.....
ନାହିଁ ସ୍ଥାନ ହାତ ପାଦର
ତରଳାଇ ଦିଅ ମୋ ଶରୀରକୁ
ବିକଳ ଦେଖି ହସି ବାକୁ ଜାଣି
ଉଠେନା ଦୁଃଖୀର ଲୁହ ପୋଛିବାକୁ l
ହେ ଖରା....
ବାହାର କରିଦିଅ ମୋ ଦେହରୁ ଝାଳ l