STORYMIRROR

Dileswari Mehar

Inspirational

3  

Dileswari Mehar

Inspirational

ଲଣ୍ଠନ

ଲଣ୍ଠନ

1 min
259

 

ଲଣ୍ଠନ ଜଳୁଛି ଦପ୍ ଦପ୍

ଲିଭିବାକୁ ଦେବିନି କେବେ

କିରୋସିନି ଦେଇ 

ଜାଳୁଥିବି ସବୁବେଳେ

ଜାଳୁଥିବି ମୁଁ ଜାଳୁଥିବି

କିରୋସିନି ଦେଇ ଜାଳୁଥିବି

କାହିଁକି ଜାଣ ?

ଲଣ୍ଠନ ଜଳୁଛି

ଘରେ ଉଜାଲା କରୁଛି

ନାହିଁ ତା ମନେ ଛନ୍ଦ କପଟ

କାହାକୁ ଆଲୋକ ଦେଇ

କାହାକୁ ଅନ୍ଧାର କରିବ

କିଏ କଣ କହିଲା

ନାହିଁ ମନେ ଦ୍ଵନ୍ଦ୍ଵ

ଚୁପ୍ ଚାପ୍ ଜଳୁଛି

ନ ରଖି ମନେ ଭୟ

ଆସିଲେ ପବନ ଲିଭିନି 

ପୁଣି ସାହସୀ ହେଇ 

ଠିଆ ହଉଛି ସିଏ 

ସଳିତା ଟିକେ କିରୋସିନି ଟିକେ

ଏତିକିରେ ଉଜାଲା କରୁଛି ସିଏ

ଅଛି ଆମ ପାଖେ ହାତ ଗୋଡ

ଆଖି ସବୁ ଅଛି

ହେଲେ ଆମେ ଅହଙ୍କାର ଗର୍ବେ

କପଟେ ଦଉଛୁ ସମସ୍ତଙ୍କୁ ଛାଡି

ନ ପାରୁଛୁ କିଛି ଉନ୍ନତି କରି

ସ୍ନେହ ମମତାରେ 

ନିଜର କରି l

          


Rate this content
Log in

Similar oriya poem from Inspirational