STORYMIRROR

Dileswari Mehar

Inspirational

3  

Dileswari Mehar

Inspirational

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
181


ଛାଡି ଦିଅ ମତେ ଆଜି

ଛାଡି ଦିଅ ମତେ

ଆଉ କରିବିନି ଜୀବନେ

ଭୁଲ୍ କାର୍ଯ୍ୟ ସତେ

ଆଜ ଅନୁତାପରେ

ଜଳୁଛି ଜୀବନ

ଆଗକୁ କରିବିନି ଭୁଲ 

ଆସୁ ପଛେ ମରଣ

ଶେଷ ନିଷ୍ପତ୍ତି

ନେଉଛି ଆଜି

କାର୍ଯ୍ୟ କରିବି

ରାମ ରହିମ ସାଜି

ମନ ଦେଇ ପାଠ ପଢିବି

ପଇସା କମେଇ

ଘରେ ଦେବି

ସାହାରା ହୋଇବି

ମାଆ ତୁମର

ଭରସା ହୋଇବି

ବାପାଙ୍କର

କର୍ତ୍ତବ୍ୟନିଷ୍ଠ

ଦୟାର ଶ୍ରେଷ୍ଠ

ହୋଇଯିବି

ପ୍ରେମର ଗରିଷ୍ଠ

ମଣିଷ ପରି

ମଣିଷ ହେବି

ବଞ୍ଚିବି ଏବେ

ବ୍ୟକ୍ତିତ୍ୱ ବଢେଇ

ଗର୍ବ ଅହଙ୍କାର

କରିବି ନାହିଁ

ଷଡରିପୁ ଦମନେ

ରହିବି କର୍ମ ଚାହିଁ

ସସମ୍ମାନେ ବଞ୍ଚିବି

ଏ ଚଲାପଥରେ

ବାନ୍ଧିବି ମୁକୁଟ ମଣିଷତ୍ୱର 

ମୋ ମୁଣ୍ଡରେ l

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational