STORYMIRROR

Dileswari Mehar

Inspirational

3  

Dileswari Mehar

Inspirational

ଜନ୍ମଦିନ

ଜନ୍ମଦିନ

1 min
339


ଅନେକ ଶୁଭେଚ୍ଛା ବନ୍ଧୁ

ତୁମ ଜନ୍ମଦିନେ

ଭରିଯାଉ ବର୍ଷ ସାରା ଖୁସି

ଆଉ କେବଳ ପୁଣ୍ୟେ

ଭଗବାନ ତୁମ ଆଶାକୁ

ପୂରଣ କରି ଦିଅନ୍ତୁ

ଲମ୍ବା ଆୟୁଷ ଏବଂ

ଶୁଭାଶିଷ କରନ୍ତୁ

ଯେତେ ଭୁଲ କରିଛ

କ୍ଷମା ଦେଇ ଖୁସି ଜୀବନେ

ଆଗାମୀ ଦିନ ହସମୟ ହେଉ

ଚିର ବନ୍ଧା ରହୁ ସମ୍ପର୍କ ବନ୍ଧନେ

ଜନ୍ମଦିନଠାରୁ ଜନ୍ମି ଯାଉ

ନୂତନ ଆଶା ଆକାଂକ୍ଷା

ନୂତନ ଚିନ୍ତା ଚେତନା ନେଇ

ଲକ୍ଷ୍ୟ ପାଇଁ ହୁଅ ବ୍ୟାଖ୍ୟା

ଜନ୍ମଦିନ ନୁହଁ କେବଳ

କେକ୍ ଖାଇ ସାଙ୍ଗକୁ ଡାକିବା

ନୂତନ ଜୀବନ ରାସ୍ତା ଦେଖି

ଭୁଲକୁ ଆମେ ସୁଧାରିବା l

            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational