ସ୍ପର୍ଶ
ସ୍ପର୍ଶ
ହେ ମୋର ଜୀବନ ସାଥୀ
କି ତୀର ଚଳାଇଲ ମୋ ନୟନେ
ଏମିତି କୌଣସି ରାତି ନାହିଁ
ଯଉ ଦିନ ଆସୁ ନାହଁ ସପନେ
ଭୁଲି ପାରୁନି ତୁମରି ସ୍ପର୍ଶ
କି ମହନୀ ଥିଲା ତୁମ ଛୁଆଁରେ
କନ୍ଦର୍ପ ତୀର ଭେଦିଲା ହୃଦୟେ
ଶିହରଣ ହୋଇଥିଲା ଶରୀରେ
ତୁମରି ସ୍ପର୍ଶେ ଭୁଲି ଗଲି ସବୁ
ଆଉ କେହି ଅଛି ମୋ ପାଖେ
ଆଖିରେ କେବଳ ତୁମରି ଚେହେରା
ଗୁଞ୍ଜଇ ନାମ ତୁମ ସଦା ମୋ ମୁଖେ
ଜୀବନ ସରିଯିବ ତୁମ ନାଁ ରେ
ହେବିନି କାହାର ଆଉ କେବେ
ଛୁଇଁବାକୁ ଦେବିନି ମୋ ଦେହ
ଛୁଇଁବ ତୁମେ ଚାହିଁବ ଯେବେ
ହେ ପ୍ରିୟ ତୁମ ପ୍ରେମ ମୋ ଖୁସି
ସ୍ଵର୍ଗ ଖୁସିଠାରୁ ବି ବଡ ହୋଇଲା
ତୁମେ ହୋଇଲ ମୋ ଜୀବନ ସାଥୀ
ତୁମ ସ୍ପର୍ଶଟି ସାକ୍ଷୀ ରହିଲା l