STORYMIRROR

Dileswari Mehar

Inspirational

3  

Dileswari Mehar

Inspirational

ସ୍ପର୍ଶ

ସ୍ପର୍ଶ

1 min
239

    


ହେ ମୋର ଜୀବନ ସାଥୀ

କି ତୀର ଚଳାଇଲ ମୋ ନୟନେ

ଏମିତି କୌଣସି ରାତି ନାହିଁ

ଯଉ ଦିନ ଆସୁ ନାହଁ ସପନେ

ଭୁଲି ପାରୁନି ତୁମରି ସ୍ପର୍ଶ

କି ମହନୀ ଥିଲା ତୁମ ଛୁଆଁରେ

କନ୍ଦର୍ପ ତୀର ଭେଦିଲା ହୃଦୟେ

ଶିହରଣ ହୋଇଥିଲା ଶରୀରେ

ତୁମରି ସ୍ପର୍ଶେ ଭୁଲି ଗଲି ସବୁ

ଆଉ କେହି ଅଛି ମୋ ପାଖେ

ଆଖିରେ କେବଳ ତୁମରି ଚେହେରା

ଗୁଞ୍ଜଇ ନାମ ତୁମ ସଦା ମୋ ମୁଖେ

ଜୀବନ ସରିଯିବ ତୁମ ନାଁ ରେ

ହେବିନି କାହାର ଆଉ କେବେ

ଛୁଇଁବାକୁ ଦେବିନି ମୋ ଦେହ

ଛୁଇଁବ ତୁମେ ଚାହିଁବ ଯେବେ

ହେ ପ୍ରିୟ ତୁମ ପ୍ରେମ ମୋ ଖୁସି

ସ୍ଵର୍ଗ ଖୁସିଠାରୁ ବି ବଡ ହୋଇଲା

ତୁମେ ହୋଇଲ ମୋ ଜୀବନ ସାଥୀ

ତୁମ ସ୍ପର୍ଶଟି ସାକ୍ଷୀ ରହିଲା l

                



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational