STORYMIRROR

Narendra Kumar Acharya

Inspirational

3  

Narendra Kumar Acharya

Inspirational

ସେ ଜଣେ ନାରୀ

ସେ ଜଣେ ନାରୀ

1 min
27.7K


ଦେଖ

ଶିଖରୀର ଶୀର୍ଷରେ

କୋଟି କିରଣରେ

ଝଲସୁଚି ଯାହାର ପାଦ

ସେ ଜଣେ ନାରୀ

କେଶରୀର ସ୍ୱର୍ଣ୍ଣ କେଶରକୁ

ସାହସର ସ୍ପର୍ଶ ଦେଇ

ଛୁଇଁଛି ଯାହାର ପାଦ

ସେ ଜଣେ ନାରୀ

ଅସୁରର ଦମ୍ଭିଲା ଛାତିକୁ

ଚୂନା କରିଛି ଯାହାର ପାଦ ।


ସେ ଜଣେ ନାରୀ

ରାବଣର ସ୍ୱର୍ଣ୍ଣ ଲଙ୍କାକୁ

ଜାଳି ଅଙ୍ଗାର କରିଛି

ଯାହାର ତପ୍ତ ଅଶ୍ରୁ

ସେ ଜଣେ ନାରୀ

ଦୁଃଶାସନର ଶୋଣିତରେ

ଅବରୁଦ୍ଧ ଅପମାନକୁ

ଧୋଇଛି ଯେଉଁ ମୁକ୍ତକେଶୀ ।


ସେ ଜଣେ ନାରୀ

ଦେଖ ଥରେ ତା କ୍ରୋଧର

ଅଦୃଶ୍ୟ ଅଗ୍ନିସ୍ଫୁଲିଙ୍ଗକୁ

ଶୁଣ ଥରେ

ତା ନିଃଶବ୍ଦ ଅଭିଶାପର

କରାଳ ଧ୍ୱନିକୁ

ତେବେ ଆଉ ତୁମ

କାପୁରୁଷପଣର ଶୀକାର

ହେବାକୁ ପଡିବନି ତା'କୁ

ମରିବାକୁ ପଡିବନି ନିର୍ଭୟାକୁ

କୁନ୍ଦୁଲିର ପୀଡିତା ଝିଅକୁ।




©ନରେନ୍ଦ୍ର କୁମାର ଆଚାର୍ଯ୍ୟ/୮।୩।୨୦୧୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational