STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଫର ଫର ଉଡ଼େ ତ୍ରିରଙ୍ଗା

ଫର ଫର ଉଡ଼େ ତ୍ରିରଙ୍ଗା

1 min
128

ଶାନ୍ତ ଉଦାର ନୀଳ ଆକାଶେ

ଫର ଫର ଉଡ଼େ ତ୍ରିରଙ୍ଗା

ଏ ମାଟି ବୁକୁରେ

କଳ କଳ ନାଦେ ବହେ ଗଙ୍ଗା 

ଏ ମହିମା ହୃଦେ ବୁଝି ଦେଶ ଭକ୍ତ

କରେ ନାହିଁ କେବେ ଦଙ୍ଗା

ଏକତାର ମାଳେ ଗୁନ୍ଥି ରଖେ

ଦେଶପ୍ରେମ ଜାତୀୟତା

ମନ ତାର ସଦା ରହେ ଅଭଙ୍ଗା।


ସମଦୃଷ୍ଟି ରଖି ଥାଏ

ଭେଦାଭେଦ ରଖେନା ତା' ଭିତରେ

ହୋଇଥାଉ ଜଣେ ବଙ୍ଗରା କି ଡେଙ୍ଗା 

ଭାରତ ମା' ମାଟି ପାଇଁ ଲଢୁଥାଏ 

ସ୍ୱତନ୍ତ୍ରତା ବଜାଇ ରଖିବାକୁ

ହାତେ ଧରି ତଲୱାର୍ କି ଠେଙ୍ଗା 

ଅଭାବେ ସ୍ୱଭାବେ କରେ ନାହିଁ

ଅପମିଶ୍ରଣର କଳାବଜାରୀ

ବଜାରକୁ କରିବା ପାଇଁ ମହଙ୍ଗା।


ବାପୁଙ୍କ ଆଦର୍ଶ ସତ୍ୟ ଅହିଂସା ପାଳି 

ଜୀବନ ସଂଗ୍ରାମେ ଥାଏ ରତ

ନିର୍ମଳ ମନକୁ ତାର 

ରଖିଥାଏ ସଦାସର୍ବଦା ଚଙ୍ଗା 

ଫର ଫର ଉଡି ଜାତୀୟ ପତାକା

କହି ଦିଏ ଦେଶଭକ୍ତି କଥା

ତ୍ୟାଗ ସମର୍ପଣେ ବହିଯାଏ ଆଗକୁ

ଯେସନେ ବହେ ପବିତ୍ର ଗଙ୍ଗା

ତାର ଯଶ ଗର୍ବ ଗୌରବ ପ୍ରଚାରି

ଫର ଫର ଉଡ଼େ ତ୍ରିରଙ୍ଗା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational