STORYMIRROR

Narendra Kumar Acharya

Classics

3  

Narendra Kumar Acharya

Classics

ଅପେକ୍ଷା

ଅପେକ୍ଷା

1 min
14K


ଅହଂକାରୀ ଦୁର୍ଯ୍ୟୋଧନ

ଅଭିମାନୀ କର୍ଣ୍ଣ

କପଟୀ ଶକୁନୀମାନଙ୍କ

ନିର୍ଲଜ୍ଜ ଅଟ୍ଟହାସ୍ୟରେ

ଜୀବନର କୁରୁସଭା

ଯେତେବେଳେ ଫାଟିପଡ଼ୁଥାଏ

ବିବେକୀ ଭୀଷ୍ମ ଦ୍ରୋଣମାନେ

ଯେତେବେଳେ ପ୍ରତିବାଦହୀନ

ସାହସୀ ପାଣ୍ଡବମାନେ ନତଜାନୁ

ସେତେବେଳେ ତୁମକୁ ହିଁ ଆସିବାକୁ ହୁଏ

କେବଳ ଅପେକ୍ଷା ଥାଏ

ଆମ ମର୍ଯ୍ୟାଦା ଓ ସଂଭ୍ରମର

ଦ୍ରୌପଦୀମାନେ ନିର୍ବସ୍ତ୍ର ହେବାଯାଏ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics