ନଦୀ
ନଦୀ
ପାହାଡ଼ କୋଳରୁ ଯେବେ
ଡେଇଁ ପଡେ ନଈଟିଏ
କଅଁଳ ଆଗ୍ରହ ନେଇ
ନାଚି ନାଚି ଧାଇଁ ଯାଏ
ଜାଣେ ନାହିଁ ତା'ର ଭବିତବ୍ୟ
ଯୋଜନ ଯୋଜନ ଶେଷେ
ଅଥୟ ତା ଅନ୍ଵେଷଣ
କେଉଁଠି ସରିବ
ସାଗର ଛାତିରେ ମିଶି
ଆତୁର ଅନ୍ତର ତା'ର
ଶାନ୍ତ ହୋଇ ଯିବ
ଅଥବା ଅପନ୍ତରାରେ
ବାଲିର ଅସରା ଶୋଷେ
ଦିନେ ହଜିଯିବ।
ନାହିଁ ଦ୍ୱିଧା, ନା ସଂଶୟ
ଅଟକି ଯାଏନା କେବେ
ଚାଲିବା ହିଁ ତା ଜୀବନ ମୂଲ୍ୟ
ମିଳୁ କି ନ ମିଳୁ ତା'ର
ଚିର ଅଭୀପ୍ସିତ ଲକ୍ଷ୍ୟ
ଖୋଜିବାରେ ସାର୍ଥକତା
ତା'ର ଜୀଇବାର।
®ନରେନ୍ଦ୍ର କୁମାର ଆଚାର୍ଯ୍ୟ/୨୦୧୮