STORYMIRROR

Narendra Kumar Acharya

Inspirational

3  

Narendra Kumar Acharya

Inspirational

ମୁଁ ର ମହ୍ଲାର

ମୁଁ ର ମହ୍ଲାର

1 min
13.4K


ମୋର ବୋଲି କିଛି ନାହିଁ

କିଛି ବି ନଥିଲା

ହାତକୁ ଆସିଲା କିଛି

ପୁଣି ଚାଲିଗଲା ।

ମୁଁ ତ ନଥିଲି କିଛି

ଶୂନ୍ ଟିଏ ଥିଲି

କାଳ ସାଥେ ଯୁଝି ଯୁଝି

ରୂପ ପାଇଗଲି।

ମୁଁ ଏକ କଳ୍ପିତ ସତ୍ତା

ଅଳୀକ ଅସାର

ସମୟ ଯାହାକୁ କରେ

କିଛି ଧୁଳି

ଆଉ କିଛି ଝାଳ।


ତଥାପି ଶୁଭୁଚି କାହା

ଉତ୍ତପ୍ତ ହୁଂକାର

ଦେହର ଧନୁରେ ତୋଳି

ଲୁବ୍ଧକ ଟଂକାର ।

କାହାର କୁହାଟ କହେ

ଏ ମୋର ଏ ମୋର

ଅଙ୍ଗାରକୁ ଜାଳୁଥାଏ

କୃପଣ ଶୃଙ୍ଗାର ?

ଅୟୁତ ଅତୃପ୍ତିଭରା

ଶୋଷଟିଏ ଫିଙ୍ଗି

ନିଥର ହ୍ରଦର ନିଦ

ଦେଉ ଥାଏ ଭାଙ୍ଗି ?

ଏଇ ବୋଧେ ସେଇ ମୁଁ

ଯାହା ଅବଶେଷ

ଟୋପେ କାକରରେ ଭିଜା

ମୁଠାଏ ପାଉଁଶ।



®ନରେନ୍ଦ୍ର କୁମାର ଆଚାର୍ଯ୍ୟ/୨୦୧୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational