ଶ୍ରବଣ କୁମାର
ଶ୍ରବଣ କୁମାର
ପୁରାଣ ଯୁଗର ଶ୍ରବଣ କୁମାର
ପିତାମାତା ପ୍ରତି ଜୀବନଟା ତାର ଥିଲା ସମର୍ପଣ ।
ଅନ୍ଧ ପିତାମାତାର ସେବା ସେ କରି
ସମୟ କାଟୁଥିଲା ସୁଖେ ତାହାରି ।
ନ ଥିଲା ଗ୍ଲାନି କି ନାହିଁ ଅବଶୋଷ
ପିତାମାତା ଥିଲେ ତା'ର ପ୍ରିୟ ମଣିଷ ।
ପିତାମାତାଙ୍କୁ ଭାରରେ ବୋହି
ବାହାରିଲା ନେଇ ତୀର୍ଥ ବୁଲେଇ ।
ହେଲା ଯେବେ ସରଜୁ ନଦୀର ପାଶ
ପିତାମାତାଙ୍କୁ ତା'ର ଲାଗିଲା ଶୋଷ ।
ବୃକ୍ଷ ମୂଳେ ପିତାମାତା ଙ୍କ ଭାରକୁ ଥୋଇ
କଳସି ଧରି ଗଲା ଶ୍ରବଣ ପାଣି ଆଣିବା ପାଇଁ ।
ଏ ସମୟେ ଦଶରଥ ଅଯୋଧ୍ୟା ସାଇଁ
ବୁଲୁଥିଲେ ବନେ ମୃଗ ଶିକାର ପାଇଁ ।
ଶ୍ରବଣ କଳସି ରେ ପାଣି ଭରେ ଶୁଭେ କଳ କଳ ଶବ୍ଦ
ମୃଗ ପାଣି ପିଏ ଭାବି ମାରନ୍ତି ତୀର ରାଜା ଦଶରଥ ।
ଶ୍ରବଣ ର ପ୍ରାଣ ଛଟପଟ ପାଇ ତୀର ର ଆଘାତ
ଦେଖି ରାଜା ଦଶରଥ ହେଲେ ଆଚମ୍ବିତ ।
ହାତ ଯୋଡ଼ି ଶ୍ରବଣ କହେ ଆହେ ନର ସାଇଁ
ଏଥିପାଇଁ ଶୋଚନା ତୁମେ କର କାହିଁ ପାଇଁ ।
ବିଧିର ବିଧାନ ପରା କେ କରିବ ଆନ
ଏତିକି ଦିନ ପାଇଁ ବୋଧେ ଥିଲା ମୋ ଜୀବନ ।
ଡେରି ନ କରି ରାଜା ଏ ଜଳ କଳସି ନେଇ ଯାଅ ହେ ତୁରିତ
ବୃକ୍ଷ ମୂଳେ ବସିଛନ୍ତି ପିତାମାତା ମୋର ହୋଇଣ ତୃଷାର୍ତ୍ତ ।
କହୁ କହୁ ପ୍ରାଣ ଛାଡିଲା ଶ୍ରବଣ କୁମାର
ପିତୃ ମାତୃ ଭକ୍ତି ର ତା ନାହିଁ ପଟାନ୍ତର ।
ପୁରାଣ ଯୁଗର ପୁଅ ଥିଲା ଯେ ଶ୍ରବଣ
ଏ ଯୁଗରେ କିଛି ପୁଅ ଅଟନ୍ତି ରାବଣ ।
ସେ ଯୁଗ ଶ୍ରବଣ ପିତାମାତାଙ୍କୁ ଭାରରେ
ନେଇଥିଲା ତୀର୍ଥ କୁ ବୁଲେଇ ।
ଏ ଯୁଗ ଶ୍ରବଣ ପିତାମାତା ଙ୍କୁ ଗାଡ଼ିରେ
ନେଇ ଛାଡେ ବୃଦ୍ଧା ଶ୍ରମେ ଯାଇ ।
ଏବେବି ସମୟ ଅଛି ହୁଅ ସବୁ ଶ୍ରବଣ କୁମାର
ପିତାମାତା ସେବାରେ ଜୀବନ ହେଉ ଉତ୍ସର୍ଗ ତୁମର ।
