STORYMIRROR

Akshaya Kumar Acharya

Comedy

3  

Akshaya Kumar Acharya

Comedy

ଗୋବରୀ ଆଈ

ଗୋବରୀ ଆଈ

1 min
206

ମୋ ଦେହେ ବୋଳିଦେ ତୋ ଦେହ କଳା

               ପତ୍ନୀ ଗାଉଥିଲା ଗୀତ

ଏ ଗୀତ ଶୁଣିକି ସ୍ବାମୀ ଦେହରେ 

               ଆସିଲା ଅଦିନେ ଶୀତ

ଆଲକାତରା ଠୁ ଆହୁରି କାଳିଆ

                 ପିଚୁଠୁ ଵଳି ଚିକ୍କଣ

ଏତିକି କଳାରେ ମନ କି ବୁଝୁନି

                  ଆହୁରି ମାଗୁଛି କ'ଣ

ଜହ୍ନି ମଞ୍ଜି ପରି ଦେହସିନା ତାଙ୍କ

                 ଦାନ୍ତ ତ ଗଜମୁକୁତା            

ବିନା ବର୍ଷାରେ ଘଡଘଡି ଶୁଭେ

                 କହନ୍ତି ଯେବେ ସେ କଥା

କାଳିଆ ଓଠରେ ନଲି ଲିପଷ୍ଟିକ୍

                  ଦିଅନ୍ତି ଯେବେରେ ହସି

ମନେ ଭାବନ୍ତି ସେ ହସକୁ ଦେଖି

           ସ୍ବାମୀଟା ଯାଇଛି ଫସି।

ଅଳପ ବୟସ ପୃଥୁଳ ଶରୀର

               ସଭିଙ୍କର ପ୍ରିୟ ସେହି

ଗାଁ ଯାକ ଲୋକ ଶ୍ରଦ୍ଧାରେ କୁହନ୍ତି ତୁ

              ଆମ ଗାଁ ଗୋବରୀ ଆଈ ।।

ଆଈ ଡ଼ାକି ଦେଲେ ନାହି ଡିଏଁ ତା'ର

           ରାଗି ହୁଏ ଫଣ ଫଣ

କୋଉ ଆଙ୍ଗେଲ୍ ରୁ ଦେଖିଲଯେ ମତେ

         ଆଈ ଡ଼ାକୁଅଛ କ'ଣ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy