STORYMIRROR

Akshaya Kumar Acharya

Romance

4  

Akshaya Kumar Acharya

Romance

ପ୍ରେମ

ପ୍ରେମ

1 min
270

ପ୍ରେମ ଏକ ଜଳ ବିନ୍ଦୁ

ସାଇତି ରଖିଲେ ତାକୁ

ସୃଷ୍ଟି କରିପାରେ ଏକ

ବନ୍ଧୁତ୍ବ ର ମହା ସିନ୍ଧୁ ।


ପ୍ରେମ ଏକ ସମ୍ପର୍କ ର ଡୋରି

ବାନ୍ଧି ପାରେ ସଭିଙ୍କୁ ସେ

ଛିଡେ ନାହିଁ ସହଜରେ

ବିଶ୍ବାସ ରେ ଥିଲେ ତାକୁ ଧରି ।


ପ୍ରେମ ଏକ ରଙ୍ଗର ଫଗୁଣ

ସେ ରଙ୍ଗକୁ ନିଜ ଦେହେ

ଯିଏ ବୋଳିହୁଏ ଥରେ

ଖୁସି ତା'ର ହୁଏରେ ଦ୍ଵିଗୁଣ।


ପ୍ରେମର ପଥ ହୋଇପାରେ କଣ୍ଟକିତ

ବିଶ୍ବାସ ଆଉ ଭରସା ରେ 

ସେ ପଥେ ପାଦ ଦେଲେ ଥରେ

ଜୀବନ ଚଲାପଥ ହୁଏ କୁସୁମିତ ।


ପ୍ରେମ ପୁଣି କା ପାଇଁ ମରିଚିକା

ଧୋକା ପାଇ ଜୀବନରେ

ନିରାଶା ମରୁଭୂମିରେ

ପ୍ରେମକୁ ଝୁରି ବୁଲେ ଏକା ଏକା ।


ପ୍ରେମ ସତ୍ୟ ଶିବ ସୁନ୍ଦର

ପ୍ରେମ ଆଣେ ଜୀବନରେ

ହସ ଖୁସିର ଆସର

ପ୍ରେମ ବିନା ଜୀବନଟା

ଲାଗେ ନିରାଶ ଓ ବେକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance