STORYMIRROR

Akshaya Kumar Acharya

Inspirational

4  

Akshaya Kumar Acharya

Inspirational

ମା ଓ ମମତା

ମା ଓ ମମତା

1 min
331

ମା ର ପଣତ ମମତା ର ନେତ

ସେ ନେତ ତଳେ ଯେ ରହିଛି ।

ବିପଦର ଖରା ଦୂରେଇ ଯାଇ

ଭରସାର ଛାଇ ପାଇଛି ।।

ମା'ର ଗାଳି ମମତା ର ଧୂଳି

ସେ ଧୂଳି କୁ ଯିଏ ବୋଳିଛି ।

ଆୟୁଷ ବୃଦ୍ଧି ର ଆଶୀର୍ବାଦ ପାଇ

ଦୁନିଆ ରେ ବଡ଼ ହୋଇଛି ।।

ମା ର ଆକଟ ମମତା ର କଳ୍ପବଟ

ସେଥିରେ ଡୋରି ଯେ ବାନ୍ଧିଛି ।

ଜୀବନ ଯୁଦ୍ଧରେ ଆଗକୁ ବଢି

ଶତୃକୁ ହରେଇ ପାରିଛି ।।

ଦଶମାସ କାଳ ଗର୍ଭ ରେ ଧରିକି

ଯନ୍ତ୍ରଣା ଯେତକ ସହିଛି ।

ଛୁଆଟିଏ ପାଇ କୋଳରେ ତାହାର

ମମତା କୁ ଢାଳି ଦେଇଛି ।।

ଯେତେ ଖାଇଥିଲେ ଛୁଆଟା ତା'ର

ମା ମନ କିବା ଵୁଝୁଛି ।

ଆଉ ଟିକ ଧନ ଖାଇଦେ ସୁନାଟା

ସ୍ନେହରେ ପଛରେ ଧାଉଁଛି ।।

ନିଜ ଦୁଃଖ ଭୁଲି ଛୁଆଟା ପାଇଁ କି

ସୁଖ ର ସଉଦା କରିଛି ।

ବଡ ହଲା ପରେ ସେଇ ସନ୍ତାନଟା

ମା କଥା ଭୁଲି ଯାଇଛି ।।


Rate this content
Log in

Similar oriya poem from Inspirational