STORYMIRROR

Akshaya Kumar Acharya

Romance

3  

Akshaya Kumar Acharya

Romance

ପ୍ରେମ

ପ୍ରେମ

1 min
155

ପ୍ରେମ ଚିରନ୍ତନ ସତ୍ୟ ଶିବ ସୁନ୍ଦର

ପ୍ରେମ ଏକ ପ୍ରତିଶ୍ରୁତି ବିଶ୍ୱାସ ଭରସାର

ପ୍ରେମ ମୈତ୍ରୀ କରୁଣା ଭଲପାଇବାର

ଏକ ସୁଦୃଢ ମାଧ୍ୟମ 

ଯାହା ସାହାଯ୍ୟ ରେ ଗଢାହୁଏ

ଏକ ଅଭେଦ୍ୟ ଦୂର୍ଗ ମାନବ ଜାତିର ।।

ହେଲେ ମୋ ପାଇଁ ପ୍ରେମ........?

ପ୍ରେମରେ ଧୋକା ଖାଇବା ପରେ

ପ୍ରେମର ସଂଜ୍ଞା ବଦଳିଛି ମୋ ପାଇଁ

ଭାବେ ମୋ ଜୀବନେ ପ୍ରେମର ମୂଲ୍ୟ କିଛି ନାହିଁ ।।

ମୋ ପାଇଁ ପ୍ରେମ ଥିଲା ଏକ ବାଲିଘର

ସେ ଘରେ ନଥିଲା ନିର୍ଭର ପ୍ରତିଶ୍ରୁତି

ଏବଂ ଭରସା ସ୍ଥାୟୀତ୍ୱର ।

ମୋ ପାଇଁ ପ୍ରେମ ଏକ ଅଦିନିଆ ଝଡ଼

ସେ ଝଡରେ ଭାଙ୍ଗି ଗଲା

ମୋ ସ୍ଵପ୍ନର ଛୋଟିଆ ନୀଡ ।।

ମୋ ପାଇଁ ପ୍ରେମ ଏକ ଅଦିନିଆ ବର୍ଷା

ସେ ବର୍ଷାରେ ଭିଜିଲି ସିନା 

ପ୍ରେମର ଶିତଳତା ବଦଳରେ

ମିଳିଲା ଖାଲି ଉଷ୍ମତାର ପ୍ରତାରଣା ଆଉ ଈର୍ଷା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance